CPI (M) General Secretary Sitaram Yechury speaks during a press conference in Navi Mumbai on Sunday. Express Photo by Narendra Vaskar. 26.03.2017. Mumbai.
ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର୍) କରୋନା ଭାଇରସ୍ ଟିକା ପ୍ରସ୍ତୁତ କରିବା ଅଭିଯାନକୁ ଜୋର୍ଦାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଏନେଇ ଯେମିତି ଘୋଷଣା କରିପାରିବେ, ସେଥିଲାଗି ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍ ଟିକା ପ୍ରସ୍ତୁତ କରାଯାଉଛି। କୋଭିଡ୍-୧୯ର ସ୍ବଦେଶୀ ଟିକା ଲାଗି ଆଇସିଏମ୍ଆର ଅଗଷ୍ଟ ୧୫ ତାରିଖ ଧାର୍ଯ୍ୟ କରିଛି। ଏଥିଲାଗି ବିଭିନ୍ନ ହସ୍ପିଟାଲ ଓ ଚିକିତ୍ସକଙ୍କୁ ଭାରତ ବାୟୋଟେକ୍କୁ ସହଯୋଗ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଟିକାର ପରୀକ୍ଷା କରିବା ଲାଗି ମଧ୍ୟ କୁହାଯାଇଛି। ହେଲେ ଏଭଳି ତରବରିଆ ଭାବେ ବୈଜ୍ଞାନିକ ବିଶ୍ଳେଷଣ କରାଯିବା ଅନୁଚିତ। ସବୁ ସ୍ବାସ୍ଥ୍ୟଗତ ମାନଦଣ୍ଡ ଓ ସୁରକ୍ଷାକୁ ଜଳାଞ୍ଜଳି ଦିଆଯାଇ ଜୋର୍ ଜବରଦସ୍ତ ଟିକା ବାହାର କରାଯିବା ଠିକ୍ ନୁହେଁ ବୋଲି ୟେଚୁରୀ କହିଛନ୍ତି। ବିଶ୍ୱ ମହାମାରୀକୁ ହଟାଇବା ଲାଗି ପ୍ରସ୍ତୁତ ଟିକା ଉନ୍ନତ ମାନର ହେବା ଉଚିତ। ଏହି ଟିକା ପରୀକ୍ଷା ଓ ବିକଶିତ କରିବା ଲାଗି ସମୟ ଲାଗିଥାଏ। ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟକରି ବିଶେଷଜ୍ଞ ଡାକ୍ତରଙ୍କ ଉପରେ ଚାପ ପକାଇ ଟିକା ପ୍ରସ୍ତୁତ କରାଯିବା ଠିକ୍ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ଆଇସିଏମ୍ଆର କୌଣସି ସଂସ୍ଥାକୁ ଧମକାଇ କାର୍ଯ୍ୟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।