ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ କୁମାର ମିଶ୍ରଙ୍କ ନାମରେ ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ପୋଲିସ ୪୬/୨୬ରେ ମାମଲା ରୁଜୁ କରି ଶିକ୍ଷକଙ୍କୁ ଗିରଫି କରି କୋର୍ଟ ଚାଲାଣ କରାଯାଇଛି, ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଥିବା ଜଣାପଡ଼ିଛି।

ସୂଚନା ଥାଉ କି, ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ପଢ଼ାଉଛନ୍ତି ପ୍ରେମର ପାଠ ଚାଲିଥିବା ପ୍ରେମ ସପ୍ତାହ ଅବସରରେ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗ୍ରାମ ପଞ୍ଚାୟତ ସଦର ମହକୁମାସ୍ଥିତ କୁଣ୍ଢେଇଗୋଳା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ଖାଇଛୁଟି ସମୟରେ ବିଦ୍ୟାଳୟର କେତେକ ଛାତ୍ରୀଙ୍କୁ ଗୁଲଗୁଲା ଓ ସିଙ୍ଗଡ଼ା ବୋଲି ଡାକିବା ସହିତ ‘ ଆଜି କି ଡେ’ ?’ ବୋଲି ପଚାରିଥିଲେ। ଏପରିକି କେଉଁଦିନ ହଗ୍‌ ଡେ’, କେଉଁଦିନ ପ୍ରପୋଜ ଡେ’ ଓ କେଉଁଦିନ ଚକୋଲେଟ ଡେ’ ସେ ସମ୍ପର୍କରେ ପାଠ ପଢ଼ାଇବା ସହ ସେମାନଙ୍କୁ ଚକୋଲେଟ ମାଗିବା ସହ ସେମାନଙ୍କୁ କୁଆଡ଼େ ନାଲି ଆଖି ଦେଖାଇଥିଲେ। ବୁଧବାର ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ଛାତ୍ରୀମାନେ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ଗୁରୁବାର ଏକାଧିକ ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ନାରାୟଣ ସାହୁଙ୍କୁ ଜଣାଇବା ସହ ସମ୍ପୃକ୍ତ ଶିକ୍ଷକ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ। ପରେ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ବସିଥିଲା ଜଣାପଡିଛି , ଏହି ପ୍ରତିବାଦ ରେ ଗ୍ରାମବାସୀ ଓ ଅଭିଭାବକ ଛାତ୍ରୀଛାତ୍ର ଶୁକ୍ରବାର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ତାଲା ପକାଇଲେଥିଲେ।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଜନୈକା ଛାତ୍ରୀ ଅଭିଭାବକ କୁଣ୍ଢେଇଗୋଳା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

Dharitri –Odisha’s No.1 Trusted Odia Daily

Share