ବିଜ୍ଞାନ ପ୍ରକଳ୍ପ ଦେଲା ସଫଳତା: ରାଜ୍ୟସ୍ତରରେ  ଅଂଶ ଗ୍ରହଣ କରିବେ ୨ ଅର୍ଚ୍ଚିତା

ଦାରିଙ୍ଗବାଡି,୩୦।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ମଲିକ ଏବଂ ଦଶମ ଶ୍ରେଣୀର ଅର୍ଚ୍ଚିତା ପ୍ରଧାନ ବୋଲି ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା କହିଛନ୍ତ।
ପ୍ରକାଶ ଯେ ଦାରିଙ୍ଗବାଡି ସର୍ଗିଫୁଲ ମହୋତ୍ସବରେ କୃତିତ୍ୱ ଅର୍ଜନ ପରେ ୨ ଛାତ୍ରୀ ଫୁଲବାଣୀ ବ୍ଲକ ବୋଇଡା ବିଦ୍ୟାଳୟରେ ଆୟୋଜିତ ଜିଲା ଓ ଜୋନାଲ ସ୍ତରୀୟ ମହୋତ୍ସବରେ ଯୋଗଦାନ କରିଥିଲେ। ଏଥିରେ ଦୁହେ ଶୀତଳୀ କରଣ ଯନ୍ତ୍ର ଓ ସ୍ମାର୍ଟ ରେଇନ ପ୍ରୋଟେକ୍ଟିଭରୁପ ଯାହାକି ଚାଷୀ ମାନଙ୍କ ପାଇଁ କମ ଖର୍ଚ୍ଚରେ ଶୀତଳୀ କରଣ ଯନ୍ତ୍ର ଉପଲବ୍ଧ ହୋଇପାରିବ। ଯାହାଫଳରେ ଚାଷୀ ମାନଙ୍କର ପୋଷ୍ଟ ହରବେଷ୍ଟିଂର ଫାଇଦା ଓ ଅଧିକା ସମୟ ଫସଲକୁ ସଞ୍ଚିତ ରଖିପାରିବେ। ଭଲ ଦରରେ ବିକ୍ରି କରିବେ, ବର୍ଷା ହେଲେ ମଧ୍ୟ ସେମାନଙ୍କୁ ଫାଇଦା ହେବ । ଶୀଘ୍ର ବର୍ଷାରେ ନଷ୍ଟ ହେବନାହିଁ ବୋଲି ଗାଇଡ଼ ଶିକ୍ଷକ ଅମିର କୁମାର ଦୀପ କହିଛନ୍ତ। ଯାହାକି ଜିଲା ଓ ଜୋନାଲ ସ୍ତରରେ ଆସିଥିବା ଅନ୍ୟ ପ୍ରକଳ୍ପ ଠାରୁ ଏହି ପ୍ରକଳ୍ପକୁ ଜୁରୀ ସଦସ୍ୟମାାନେ ଅଗ୍ରାଧିକାର ଦେଇଥିଲେ।
ଜିଲାକୁ ମୋଟ ୪୨ଟି ପ୍ରକଳ୍ପ ନେଇ ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରୁଥିବା ବେଳେ ସେଥିରୁ ରାଜ୍ୟକୁ ୯ ମନୋନୀତ ହୋଇଛନ୍ତି। ଜୋନାଲ ସ୍ତରରେ ୧୨ ରୁ ୧୩ ଟି ମନୋନୀତ ହୋଇଛି । ଏହି ୨ ଟିଯାକରେ ଉଲିପଦର ସେବାଶ୍ରାମ ପ୍ରଥମସ୍ଥାନ ଅଧିଗ୍ରହଣ କରିପାରିଛ। ଏହିକାର୍ଯ୍ୟକ୍ରମ ଶୁକ୍ରବାର ଏବଂ ଶନିବାର ୨ ଦିନ ଧରି ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ, ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗଦେଇ କୃତି ୨ ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
Dharitri – Odisha’s No.1 Odia Daily

Share