୯ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା: ସ୍କୁଲ୍‌, କଲେଜ ବନ୍ଦ

ବେଙ୍ଗାଲୁରୁ,୭।୯: କର୍ନାଟକର ରାଜଧାନୀ ବେଙ୍ଗାଲୁରୁ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ରାସ୍ତା, ଘର ଏବେ ବି ପାଣି ଘେରରେ ରହିଛି। ତେବେ ସିଲିକନ ସିଟି ଏବଂ କର୍ନାଟକର ଅନ୍ୟାନ୍ୟ ଅଞ୍ଚଳରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁ ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଥିବା ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଛୁଟି ଘୋଷଣା କରାଯାଇଛି। ସେହିପରି ବୈଷୟିକ କମ୍ପାନୀ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି।