‘ଯେଉଁ ସ୍କୁଲରେ ଅଧିକ ଶିକ୍ଷୟତ୍ରୀ, ସେଠାରେ ଝଗଡା ଅଧିକ’

ଜୟପୁର,୧୨।୧୦: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରା ଆଜିକାଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସରେ ଗୋବିନ୍ଦ ସିଂ ଦୋଟାସରା ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେଉଁ ବିଦ୍ୟାଳୟରେ ଅଧିକ ଶିକ୍ଷୟତ୍ରୀ ଅଛନ୍ତି, ସେଠାରେ ଅଧିକ ଝଗଡା ହୋଇଥାଏ। ତାଙ୍କର ଏହି ମନ୍ତବ୍ୟ ଏବେ ଚର୍ଚ୍ଚା ହେଉଛି।
ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରା କହିଛନ୍ତି ଯେ ସରକାର ସବୁଠାରେ ମହିଳାଙ୍କୁ ପ୍ରାଥମିକତା ଦେଇଛନ୍ତି ଏବଂ ମହିଳାମାନେ ଅଳ୍ପ ପରିଶ୍ରମ କରି ବହୁ ଦୂର ଯାଇପାରିବେ। ମହିଳାମାନଙ୍କ ପାଇଁ ସରକାର ଅନେକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ଚୟନ ଏବଂ ପଦୋନ୍ନତିରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି। ଅନେକ ଶିକ୍ଷକ ଏହାକୁ ପସନ୍ଦ କରନ୍ତି ନାହିଁ। ସେମାନେ ପଚାରନ୍ତି, ଆମେ ଭଲ ଶିକ୍ଷା ଦେଉ ନାହୁଁ କି? କିନ୍ତୁ ମୁଁ ଗୋଟିଏ କଥା କହିବାକୁ ଚାହେଁ। ଆପଣ (ମହିଳା ଶିକ୍ଷକ) ମାନଙ୍କ ମଧ୍ୟରେ ମଧ୍ୟ ଅନେକ ଝଗଡା କରନ୍ତି, ଯେଉଁ ବିଦ୍ୟାଳୟରେ ଅଧିକ ମହିଳା କର୍ମଚାରୀ ଅଛନ୍ତି, ପରିସ୍ଥିତି ଭିନ୍ନ ହୋଇଥାଏ ବୋଲି ସେ କହିଥିଲେ। ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଆଲୋଚନା ହେଉଛି।