ବିନା ଫିଟ୍‌ନେସ୍‌ରେ ଗଡୁଛି ସ୍କୁଲ ବସ୍‌: କଟିଲା ଚାଲାଣ

ଦେବଗଡ଼ ୨୨।୪ (ଡିଏନ.ଏ): ପରିବହନ କମିଶନର ସ୍କୁଲ ବସ୍‌ଗୁଡ଼ିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସହରରେ ଚଳାଚଳ କରୁଥିବା ସ୍କୁଲ ବସ୍‌ଗୁଡିକୁ ଯାଞ୍ଚ କରି ୭୪ ହଜାର ଟଙ୍କା ଫାଇନ କଟାଯାଇଛି ।

ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ୮ଟି ସ୍କୁଲ ବସ୍‌କୁ ଅଟକାଇ ଫିଟ୍‌ନେସ୍‌, ପଲ୍ୟୁସନ, ଟ୍ୟାକ୍ସ, ଇନ୍‌ସ୍ୟୁରାନ୍ସ ଆଦି ଯାଞ୍ଚ କରିଥିଲେ। ଏଥିମଧ୍ୟରୁ ୫ଟି ବସ୍‌ରେ କାଗଜ ପତ୍ର ଠିକ୍‌ ନ ଥିବାରୁ ୭୪ ହଜାର ଟଙ୍କା ଚାଲାଣ କଟାଯାଇଥିବା ଟିଆଇ ବିଶ୍ୱ ରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଏହି ଯାଞ୍ଚ ଆଗକୁ ଜିଲାରେ ଜାରି ରହିବ ବୋଲି ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗର ଏମ୍‌ଭିଆଇ ଗୋଲକ ଚନ୍ଦ୍ର ହାଁସଦା କହିଛନ୍ତି।