ଏକ ସେମିନାରରେ ଯୋଗ ଦେବାକୁ ବିମାନରେ ମଧ୍ୟରାତ୍ରରେ ରାୟପୁର ଯାତ୍ରା କରୁଥିଲେ କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ । ସେହି ବିମାନରେ ଜଣେ ବୟସ୍କା ମହିଳା ହଠାତ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ପାଖ ସିଟରେ ବସିଥିବା ଡାକ୍ତର ଜ୍ୟୋତିର୍ମୟ ନାୟକ ଉକ୍ତ ମହିଳାଙ୍କୁ ସିପିଆର ଦେଇଥିଲେ । କିଛି ସମୟ ପରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା । ବିମାନ ଅବତରଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା ।