୧୦୩.୪ ବିଲିୟନ ଡଲାରକୁ ବଢ଼ିବ ଏସ୍‌ସି ବଜାର

ଭୁବନେଶ୍ୱର,୨୯।୧: ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍‌ଏ)ର ବହୁ ପ୍ରତୀକ୍ଷିତ ପୁସ୍ତକ ‘ଇଣ୍ଡିଆ ସେମିକଣ୍ଡକ୍ଟର ମାର୍କେଟ ରିପୋର୍ଟ ୨୦୩୦’କୁ ଉକତ୍ର୍ଷ ଓଡ଼ିଶା କନ୍‌କ୍ଲେଭ-୨୦୨୫ର ଉଦ୍‌ଘାଟନୀ ଅବସରରେ ଉନ୍ମୋଚନ କରାଯାଇଛି। ଏପରିକି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକକ୍ସ୍‌ ଆଣ୍ଡ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ସେହିଭଳି ଏହି ରିପୋର୍ଟରେ ୨୦୨୩ରୁ ୨୦୩୦ ମଧ୍ୟରେ ଭାରତର ସେମିକଣ୍ଡକ୍ଟର ବଜାରର ଗଭୀର ବିଶ୍ଳେଷଣ କରାଯାଇଛି; ଯେଉଁଥିରେ ହ୍ୟାଣ୍ଡସେଟ୍‌, ଆଇଟି, ଟେଲିକମ୍‌, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଅଟୋମୋଟିଭ୍‌, ଏରୋସ୍ପେସ୍‌ ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ଏପରିକି ଏହା ପ୍ରୋସେସର, ମେମୋରି, କନେକ୍ଟିଭିଟି ଏବଂ ପାୱାର ସଲ୍ୟୁସନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକ ବିଷୟରେ କାର୍ଯ୍ୟକ୍ଷମ ବୁଝାମଣା ପ୍ରଦାନ କରିବା ସହିତ ସ୍ଥାନୀୟ ସୋର୍ସିଂ ବୃଦ୍ଧି ପାଇଁ ସୁପାରିସ ମଧ୍ୟ ପ୍ରଦାନ କରିଥାଏ। ଏ ସମ୍ପର୍କରେ ଆଇଇଏସ୍‌ଏର ସଭାପତି ଅଶୋକ ଚାନ୍ଦକ କହିଥିଲେ, ୨୦୩୦ ସୁଦ୍ଧା ଭାରତର ସେମିକଣ୍ଡକ୍ଟର (ଏସ୍‌ସି) ବଜାର ୧୦୩.୪ ବିଲିୟନ ଡଲାରକୁ ବଢ଼ିବ ବୋଲି ଆକଳନ କରାଯାଇଛି। ଏପରିକି ଏକ ଦୃଢ଼ ସେମିକଣ୍ଡକ୍ଟର ଡିଜାଇନ ଏବଂ ଉତ୍ପାଦନ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ସରକାରୀ ନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Share