ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI: ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ,୧୬।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏକ ବଡ଼ ଝଟକା ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ସମସ୍ତ ଅବଧିର FD ଏବଂ ସଞ୍ଚୟ ଖାତା ଉପରେ ସୁଧ ହାର ହ୍ରାସ କରିଛି। SBI ସମସ୍ତ ନିୟମିତ FD ଯୋଜନାର ସୁଧ ୨୫ ବେସିସ ପଏଣ୍ଟ ଏବଂ ସଞ୍ଚୟ ଖାତାର ସୁଧ ୫୦ ବେସିସ ପଏଣ୍ଟ ହ୍ରାସ କରିଛି। ନୂତନ ସୁଧ ହାର ୧୫ ଜୁନ ୨୦୨୫ରୁ ଲାଗୁ ହୋଇଛି।

ଯେବେଠାରୁ RBI ରେପୋ ହାର ହ୍ରାସ କରିଛି। ସେବେଠାରୁ ଦେଶର ବଡ଼ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସୁଧ ହାର ହ୍ରାସ କରିଛନ୍ତି। HDFC ଏବଂ ICICI ବ୍ୟାଙ୍କଗୁଡ଼ିକ ସେମାନଙ୍କର ସୁଧ ହାର ହ୍ରାସ କରି ଲୋକଙ୍କୁ ଏକ ବଡ଼ ଝଟକା ଦେଇସାରିଛନ୍ତି। ଏବେ SBI ମଧ୍ୟ ସୁଧ ହାର ହ୍ରାସ କରିଛି, ଯାହା ସୁଧ ମାଧ୍ୟମରେ ଲୋକଙ୍କ ଆୟ ହ୍ରାସ କରିବ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ସମସ୍ତ ନିୟମିତ FD ଅବଧି ଉପରେ ସ୍ଥିର ଜମା ସୁଧ ହାର ୨୫ ବେସିସ ପଏଣ୍ଟ (bps) ହ୍ରାସ କରିଛି। ସଂଶୋଧନ ପରେ, ବ୍ୟାଙ୍କ ସାଧାରଣ ନାଗରିକଙ୍କ ପାଇଁ ୩.୦୫% ରୁ ୬.୪୫% ମଧ୍ୟରେ FD ଉପରେ ସୁଧ ପ୍ରଦାନ କରୁଛି। ସେହି ସମୟରେ, ବରିଷ୍ଠ ନାଗରିକଙ୍କ ପାଇଁ, ବ୍ୟାଙ୍କ ୩.୫୫% ରୁ ୭.୦୫% ସୁଧ ପ୍ରଦାନ କରୁଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ ସମସ୍ତ ଆକାଉଣ୍ଟ ପାଇଁ ସଞ୍ଚୟ ଆକାଉଣ୍ଟ ସୁଧ ହାରକୁ ବାର୍ଷିକ ସମାନ ୨.୫% ରେ ସଂଶୋଧନ କରିଛି। ଏହି ନୂତନ ହାର ୧୫ ଜୁନ, ୨୦୨୫ଠାରୁ ଲାଗୁ ହୋଇଛି। ପୂର୍ବରୁ ବ୍ୟାଙ୍କ ୧୦ କୋଟି ଟଙ୍କାରୁ କମ ବାଲାନ୍ସ ଉପରେ ୨.୭% ଏବଂ ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବାଲାନ୍ସ ଉପରେ ୩% ସୁଧ ଦେଉଥିଲା।

Share
Tags: Sbi rate cut