SBIର ବଡ଼ ଘୋଷଣା, ଏଣିକି ଲୋନ୍‌ ନେଲେ…

ନୂଆଦିଲ୍ଲୀ,୧୫।୮: ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଖୁସିଖବର। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ତା’ର ଗ୍ରାହକଙ୍କୁ ୧୫ ଅଗଷ୍ଟ ୨୦୨୫ ଠାରୁ ଏକ ବିଶେଷ ଉପହାର ଦେଇଛି। ବ୍ୟାଙ୍କ ର୍ନିଦ୍ଦିଷ୍ଟ ଅବଧି ପାଇଁ Marginal Cost of Funds-Based Lending Rate (MCLR)ରେ ୫ ବେସିସ ପଏଣ୍ଟ ଅର୍ଥାତ ୦.୦୫% ପର୍ଯ୍ୟନ୍ତ ହ୍ରାସ କରିଛି। ଏହି ପଦକ୍ଷେପ ବିଶେଷ ଭାବେ ସେହି ଗ୍ରାହକଙ୍କ ପାଇଁ ଲାଭଦାୟକ, ଯାହାଙ୍କ ଋଣ MCLR ସହ ଜଡ଼ିତ।
ନିକଟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଅଗଷ୍ଟ ୨୦୨୫ ମୌଦ୍ରିକ ନୀତି ବୈଠକରେ ରେପୋ ହାରକୁ ୬.୫%ରେ ଅପରିବର୍ତ୍ତିତ ରଖିଥିଲା। କିନ୍ତୁ SBI ଏହି ସମୟରେ ଗ୍ରାହକଙ୍କୁ ସୁଧ ହାରରେ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ହ୍ରାସ ସମସ୍ତ ଅବଧି ପାଇଁ ସମାନ ନୁହେଁ, ବରଂ ଭିନ୍ନ ଭିନ୍ନ ଟେନ୍ୟୋର ପାଇଁ ହାର ଅଲଗା ଅଲଗା।
୧ ଅଗଷ୍ଟ ୨୦୨୫ ଠାରୁ SBI ହୋମ ଲୋନ ହାରରେ ମଧ୍ୟ ସଂଶୋଧନ କରିଛି। ରେଗୁଲାର ହୋମ ଲୋନ ହାର ୭.୫୦%ରୁ ୮.୭୦%, SBI Maxgain OD ଲୋନ ୭.୭୫%ରୁ ୮.୯୫%, ଟପ-ଅପ ହୋମ ଲୋନ ୮.୨୫%ରୁ ୧୦.୭୫%। ଏହା ବ୍ୟତୀତ, EBLR ଏବଂ RLLR ହାର (ଜୁନ ୨୦୨୫ ଠାରୁ ଲାଗୁ) ହେଉଛି: EBLR ୮.୧୫% + CRP + BSP ଏବଂ RLLR ୭.୭୫% + CRP।
ପ୍ରୋସେସିଂ ଫି’
ରେଗୁଲାର ହୋମ ଲୋନ ଉପରେ ୦.୩୫% (ନ୍ୟୁନତମ ୨୦୦୦ ଟଙ୍କା + GST, ସର୍ବାଧିକ ୧୦,୦୦୦ ଟଙ୍କା + GST) ପ୍ରୋସେସିଂ ଫି’ ଲାଗୁ ହୁଏ। SBIର ଏହି MCLR ହ୍ରାସ ଯୋଗୁ EMIରେ କିଛିଟା କମି ଆସିବ, ଯାହା ମାସିକ ଖର୍ଚ୍ଚର ବୋଝକୁ କିଛି ହ୍ରାସ କରିବ। ଏହା ହୋମ ଲୋନ ନେବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ମଧ୍ୟ ଏକ ଅନୁକୂଳ ସମୟ ହୋଇପାରେ, କାରଣ ବର୍ତ୍ତମାନ ସୁଧ ହାର ସ୍ଥିର ରହିଛି।