କାଲିମେଳା, ୧୯।୮(ଜୀବନ କୃଷ୍ଣ ଦାସ):ମାଲକାନାଗିରି ଜିଲା କାଲିମେଳା ବ୍ଲକ ସଦର ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ରାଲି କରିବା ସହ ବିଭିନ୍ନ ନାରା ଦେଇଥିଲେ l ଆମର ପରିବେଶ ସୁରକ୍ଷା ପାଇଁ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶର ତରଫରୁ ଏହି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ରାଜେଶ କୁମାର ମହାନ୍ତ, ପ୍ରୋଜେକ୍ଟ ଅଫିସର ପରିବେଶ ମନ୍ତ୍ରାଳୟ ଭୁବନେଶ୍ବର, ସମ୍ମାନୀତ ଅତିଥି ଭାବେ ସୁଶାନ୍ତ ଲେଙ୍କା ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପରିବେଶ ମନ୍ତ୍ରାଳୟ ଭୁବନେଶ୍ବର, ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଜେନା, ସହକାରୀ ଶିକ୍ଷକ ଧ୍ରୁବ ଚରଣ ନାୟକ, ସହକାରୀ ଶିକ୍ଷୟିତ୍ରୀ ମିନତୀ ବଳା ଦତ୍ତ, ମମତା ମହାପାତ୍ର, ସାବିତ୍ରୀ ଲେଙ୍କା, ରାଧା ରାଣୀ ମହାପାତ୍ର ଓ ଖେଳ ଶିକ୍ଷକ ଭୀମା ପଡିଆମି ପ୍ରମୁଖ କାଯ୍ୟକ୍ରମରେ ଉପସ୍ଥିତ ଥିଲେ।
ତେବେ ପରିବେଶ ମନ୍ତ୍ରଣାଳୟ ଦ୍ବାରା ମାଲକାନାଗିରି ଜିଲାରେ ୪ଟି ବିଦ୍ୟାଳୟ ମନୋନୀତ ହୋଇଛନ୍ତି l ଉକ୍ତ ବିଦ୍ୟାଳୟଗୁଡିକ ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟ, ଜୱାନପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନାଗିରି ଓ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ପଦ୍ମଗିରି l ଏହି ବିଦ୍ୟାଳୟରେ ଏକକ ପ୍ଲାଷ୍ଟିକ ବ୍ୟବହାର ଫଳରେ ପରିବେଶ କିପରି ନଷ୍ଟ ହୋଇ ଜୀବଜଗତ ଉପରେ ତାର କୁପ୍ରଭାବ ପଡ଼ିବା ଦ୍ବାରା ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହୋଇଛି l ଏଥିରୁ ନିବୃତ୍ତ ରହିବା ପାଇଁ ପରିବେଶ ମନ୍ତ୍ରାଳୟ ବିଦ୍ୟାଳୟରେ ଭିଡିଓ ପ୍ରଦର୍ଶନ, ଚିତ୍ରାଙ୍କନ, ବକ୍ତୃତା, ରାଲି ମାଧ୍ୟମରେ ଛାତ୍ରଛାତ୍ରୀମା ଙ୍କୁ ଏକକ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନତା ସୃଷ୍ଟି କରୁଛି l
ପ୍ଲାଷ୍ଟିକ ମଣିଷ ଦୈନଦିନ ଜୀବନରେ ଆବଶ୍ୟକତା ପୂରଣ କରୁଥିବାବେଳେ ତାରା ବିକଳ୍ପ ଆଜିଯାଏ ବାହାରି ପାରିନାହିଁ l ତଥାପି ପ୍ଲାଷ୍ଟିକ ମାଟିରେ ମିଶିବା ଦ୍ବାରା ମାଟି ଦୂଷିତ ହେଉଛି। ପ୍ଲାଷ୍ଟିକକୁ ପୋଡ଼ିଲେ ବାୟୁ ପ୍ରଦୂଷଣ ହେଉଛି l ପ୍ଲାଷ୍ଟିକ ଏଣେ ତେଣେ ପଡ଼ିବା ଦ୍ବାରା ଏହାକୁ ଜୀବଜନ୍ତୁ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି l ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଦେହରେ ଯାଇ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରୁଛି l ପ୍ୟାକଟ୍ ପଲିଥିନରେ ପାନୀୟ ଜଳ ପିଇବା ଦ୍ବାରା ମଣିଷ ଶରୀରରେ ନାନାଦି ରୋଗ ସୃଷ୍ଟି ହେଉଛି l ଯାହାକି ମଣିଷ ସାମାଜ ପାଇଁ ପ୍ଲାଷ୍ଟିକ ବିପଦ ସୃଷ୍ଟି କରୁଛି। ତେଣୁ ପ୍ଲାଷ୍ଟିକ ଠାରୁ ଦୁରେଇ ରହିବ ମଣିଷ ସାମାଜ ପାଇଁ ଜରୁରୀ ରହିଛି l