ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର କରିବା ଡମ୍ପିୟାର୍ଡ଼କୁ ସଠିକ ବ୍ୟବହାର କରିବାକୁ ନେଇ ଶନିବାର ଏକ ସଚେତନ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟରୁ ବାହାରିଥିଲା। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଆହ୍ବାନକ୍ରମେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଧୀରଜ କୁମାର ପାତ୍ର, ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସମେତ ସ୍ଥାନୀୟ ସ୍ବେଛାସେବୀ ସଂଗଠନ, ବଣିକ ସଙ୍ଘ, ହୋଟେଲ ସଂଘ, ବରିଷ୍ଠ ନାଗରିକ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ଲକ ଓ ତହସିଲ କର୍ମଚାରୀ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।