ଭଞ୍ଜନଗର,୧୩/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ଼ ସ୍ମିତାରାଣୀ ପଣ୍ଡାଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ୧୧ ତାରିଖରେ ଚିଠି ନମ୍ବର ୪୯୬୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ ପଣ୍ଡା ବର୍ତ୍ତମାନ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଭାବେ ଅଛନ୍ତି। ସୋମବାର ସେ ତାଙ୍କର ନୂତନ ପଦବୀରେ ଯୋଗଦେବେ। ବହୁବର୍ଷ ହେବ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ନିୟମିତ ଅଧକ୍ଷ ପଦବୀ ଖାଲି ପଡିଥିଲା। ସରକାର ବିକଳ୍ପ ବ୍ୟବସ୍ଥା କରି ଅଧକ୍ଷ ନିଯୁକ୍ତି ଦେଉଥିଲେ। ନୂଆ ନିୟମିତ ଅଧ୍ୟକ୍ଷା ନିଯୁକ୍ତି ପରେ ମହାବିଦ୍ୟାଳୟର ଆହୁରି ଅନେକ କିଛି ବିକାଶ ହେବ ବୋଲି ଛାତ୍ରୀ ଏବଂ ଅଭିଭାବକମାନେ ଆଶା ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ଏହି ମହାବିଦ୍ୟାଳୟରେ ଦୀର୍ଘବର୍ଷ ପରେ ଜଣେ ନିୟମିତ ଅଧ୍ୟକ୍ଷା ନିଯୁକ୍ତି ହେବାକୁ ଯାଉଛନ୍ତି।