ଭୁବନେଶ୍ୱର,୧୮।୮: ଓଡ଼ିଶାର ପ୍ରଥମ ଭଗିନୀ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ଅଗଷ୍ଟ ୨୫ରୁ ୩୧ ତାରିଖ ମଧ୍ୟରେ ପ୍ୟାରିସରେ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଛନ୍ତି। ଏହି ଭେଟରେ ମୁଖ୍ୟମନ୍ତ୍ରୀ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି।
ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ଭାରତର ପ୍ରଥମ ଭଗିନୀ ଯୋଡ଼ି ଭାବେ ମହିଳା ଡବଲ୍ସରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଏହା ସହିତ ସେମାନେ ଓଡ଼ିଶାରୁ ଆସିଥିବା ପ୍ରଥମ ମହିଳା ବ୍ୟାଡମିଣ୍ଟନ ଯୋଡ଼ି ଭାବେ ଏକ ଗୌରବମୟ ମୁହୂର୍ତ୍ତ। ସୋସିଆଲ ମିଡିଆରେ ଏହି ଖବର ପ୍ରଶଂସା ସାଉଁଟୁଛି, ଏବଂ ଓଡ଼ିଶାବାସୀ ଏହି ଯୋଡ଼ିଙ୍କୁ ସମର୍ଥନ ଓ ଶୁଭକାମନା ଜଣାଉଛନ୍ତି।