ନୂଆପଡ଼ା,୬ା୫(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୂଳାଭାଟ ପଞ୍ଚାୟତ ଭଏଁଷାଦାଦର ଗାଁରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସେମାନେ ଏ ନେଇ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଭାବରେ ଜଣାଇଛନ୍ତି। ଏହାର ତଦନ୍ତକରି ଖୁବ୍ଶୀଘ୍ର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ା ସୂଚନା ଅନୁଯାୟୀ ଭଏଁଷାଦାଦର ଗାଁରେ ୧୧ ଏକର ୫୫ ଡେସିମିଲ ପରିମିତ ଏକ ସର୍ବସାଧାରଣ ପୋଖରୀ କୁସୁମକଟା ରହିଛି। ଗାଁ ଲୋକେ ଦୈନିକ ପୋଖରୀ ପାଣି ବ୍ୟବହାର କରିବା ସହ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ପାଣି ପିଉଛନ୍ତି ା ଏପରିସ୍ଥଳେ ପୋଖରୀର କିଛି ଅଂଶକୁ କେତେଜଣ ଲୋକ ପୋତି ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଗ୍ରାମବାସୀ ଅନେକ ଥର ସଭାକରି ମନାକଲା ପରେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ସମ୍ପୂର୍ଣ୍ଣ ପୋଖରୀ ଚାଷଜମିରେ ପରିଣତ ହୋଇଯିବ ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି। ଏହି ସମୟରେ ଭକ୍ତବନ୍ଧୁ ଧରୁଆ, ଭାଗବତ ମାଝି, ହୀରା ରାଉତ, ଗୋଜ ମାଝି, ନେହେରୁ ଶବର ପ୍ରମୁଖ ଉପସ୍ଥିତ ଥିଲେ ା