ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପି.ଜଗଦୀଶ ଦୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଦିଗପହଣ୍ଡି ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡ଼େଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତଅତିଥି ଭାବେ ଅନ୍ୟତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଗୋକର୍ଣ୍ଣପୁର ଶିକ୍ଷା କ୍ଳଷ୍ଟର ର ସିଆରସିସି ସରିତା ନନ୍ଦ ଓ ଅନ୍ୟତମ ଅତିଥିଭାବେ ସିଦ୍ଧେଶ୍ଵର ଶିକ୍ଷା କ୍ଳଷ୍ଟର ସିଆରସିସି ଅଳକା ପ୍ରଧାନ,ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟର ଡିଇଓ ଏନ.ଅନନ୍ତ ବାସୁଦେବ , ଆକାଉଣ୍ଟାଣ୍ଟ ଏସ. ଉତ୍ତମ ଦୋରା, ପ୍ରଧାନଶିକ୍ଷୟତ୍ରୀ ମମତା ଦେବୀ, ବିଷ୍ଣୁପ୍ରିୟା ତ୍ରିପାଠୀ, ବିଦ୍ୟାଳୟର ପରିଚାଳନା କମିଟି ଉପ ସଭାନେତ୍ରୀ ରାଜେଶ୍ୱରୀ ସେଠୀ, ସଦସ୍ୟ ଦାସ ରେଡ୍ଡୀ, ବୁଡୁ ଗୌଡ଼, ସନିଆ ରେଡ୍ଡୀ, ଅଶାନ୍ତି ସେଠୀ, କାମିନୀ ସେଠୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଞ୍ଚାସିନ ଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଛାତ୍ର ମାନଙ୍କୁ ଅତିଥିବୃନ୍ଦ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଦାସରଥି ବିର୍ସା, କେ. ଭରତ ବେହେରା , ସୁଦାମ ବେହେରା, ବାବୁ ଗୌଡ଼ ,ଶିକ୍ଷୟତ୍ରୀ କେ. ସ୍ଵପ୍ନା, ଶିଶୁ ସେବିକା ରୁବି ସେଠୀ, ପାଚିକା ମିନତି ଗୌଡ଼, ସୁଶିଳା ଗୌଡ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସଚେତନତାଧର୍ମୀ ସାମାଜିକ ନାଟକ “ସରୁନି ଗପ କି ସରୁନି ପାପ” ମଞ୍ଚସ୍ଥ ହୋଇଥିଲା।ବହୁସଂଖ୍ୟକ ଅଭିଭାବିକା ଅଭିଭାବକ ଉପସ୍ଥିତ ଥିଲେ।