MGNREGA ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସରପଞ୍ଚ

ଗଞ୍ଜାମ,୨୭ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ନରେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମହିଳା ସରପଞ୍ଚ ମମତା ବେହେରା l ମଲାଡ଼ ପଞ୍ଚାୟତ କୁଶପଲ୍ଲୀଠାରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଡ୍ରେନ୍‌, ମଲାଡ଼ କାଞ୍ଚନେଶ୍ୱର ହାଇସ୍କୁଲ ଖେଳପଡ଼ିଆ ନିର୍ମାଣ ପାଇଁ ୫ ଲକ୍ଷ, ରାଉଳିବନ୍ଧ ଡ୍ରେନ୍‌ ନିମନ୍ତେ ୮ ଲକ୍ଷ, ବରୋଦା ଗ୍ରାମରେ ଦୁଇଟି ଗାର୍ଡ ଓ୍ବାଲ୍‌ ପାଇଁ ଗୋଟିଏ ୮ ଲକ୍ଷ ଓ ଅନ୍ୟଟି ପାଇଁ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଉପରୋକ୍ତ ସମସ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଖୋଦ୍‌ ସରପଞ୍ଚ ବେହେରା ତଦାରଖ କରୁଛନ୍ତ। କୌଣସି ପରିସ୍ଥିତିରେ ନିମ୍ନମାନର କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଛନ୍ତି l ସରପଞ୍ଚଙ୍କ ଅନୁଧ୍ୟାନ ବେଳେ ମଲାଡ଼ ପଞ୍ଚଯାତ ସମିତି ମେମ୍ବର ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା, ଭାଜପା ମଣ୍ଡଳ ସଭାପତି ଟୁକୁନା ସାହୁ, ସନ୍ତୋଷ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।