ବିରଳ କୃତିତ୍ୱ ପାଇଁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

ପାଟଣା,୧।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସରପଞ୍ଚ ବିନତି ବାନରା ନୂଆ ଦିଲ୍ଲୀର ୭୯ତମ ସାଧୀନତା ଦିବସ ପରେଡ଼ରେ ପଞ୍ଚାୟତ ରାଜ ସଦସ୍ୟ ଭାବେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଫେରିଛନ୍ତି। ଏଥିସହ ସେ ସାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସାଧୀନତା ଦିବସର ଗରିମାମୟ ଉପଲବ୍ଧି ସାଉଁଟିଛନ୍ତି। ଏଭଳି ବିରଳ କୃତିତ୍ୱ ପାଇଁ ସୋମବାର ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସଭା ଗୃହରେ ୨୯ ନମ୍ବର ଜିଲା ପରିଷଦ ବୁଦ୍ଧଦେବ ମହାକୁଡ଼ଙ୍କ ସଂଯୋଜନାରେ ପଞ୍ଚାୟତ ବିନତି ବାନାରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକ,୨୩ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ,ବଡପାଟଣା ସମିତି ସଭ୍ୟ ମୋହନ ସୁନ୍ଦର୍‌ ମହାନ୍ତ, ଏରେଣ୍ଡେଇ ସରପଂଚ ପାର୍ବତୀ ଦେହୁରୀ,ରାଜନ ଗର ସମିତି ସଭ୍ୟ ଅବନୀ ନାଏକ ପାଟଣା ବ୍ଲକ ବିଜେଡି ସଭା ପତି ମାଧବା ନନ୍ଦ ପୃଷ୍ଟୀ, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଭଞ୍ଜ, ନିରଞ୍ଜନ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ସେଠୀ, ଚମ୍ପୁଆ ବ୍ଲକ ବିଜେଡି ନେତା ଭାଗିରଥି ଦାଶ,ସୁମିତ କୁମାର ପତି, ସନ୍ତୋଷ ତ୍ରିପାଠୀ, ପ୍ରିତମ କୁମାର ପଣ୍ଡା, ଦେବାଶିଷ ମିଶ୍ର, ସୁଦାମ ଦାଶ, ସନ୍ତୋଷ କୁମାର କର, ସୁଜିତ୍‌ କୁମାର ଦାଶ ବିଦ୍ୟାଧର ରାଉଳ ପ୍ରମୁଖ ସାମିଲ ହୋଇ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରିଥିଲେ।

Share