ସରପଞ୍ଚ, ଭାଜପା ମଣ୍ଡଳ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର ଓିପେ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ୮ରୁ ଊଦ୍ଧର୍‌ବ ବ୍ୟକ୍ତି ସଂଘବଦ୍ଧ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ ଦାବିରେ ପିତଳ ପଞ୍ଚାୟତର ବହୁ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ଘେରାଉ କରିଛନ୍ତି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ସରପଞ୍ଚ ଓ ଭାଜପା ମଣ୍ଡଳ ସଭାପତି ପ୍ରଧାନ ପିତଳ ବନ୍ୟା ଆଶ୍ରୟସ୍ଥଳ ନିକଟରେ କଥା ହେଉଥିଲେ। ଏହି ସମୟରେ ୫ଟି ବାଇକରେ ୮ରୁ ଉଦ୍ଧର୍‌ବ ବ୍ୟକ୍ତି ଆସି ହଠାତ୍‌ କାଠ ଫାଳିଆ ଓ ଅନ୍ୟ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉଭୟେ ଚେତା ଶୂନ୍ୟ ହୋଇ ତଳେ ପଡିଯିବା ଦେଖି ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ। ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଉକ୍ତ ପଞ୍ଚାୟତରେ ସରପଞ୍ଚ ଓ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ବିବାଦ ଓ ଅଶାନ୍ତି ଲାଗି ରହିଛି। ବିଭିନ୍ନ ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଥାନାକୁ ମାମଲା ଯାଇଛି।