ହିଞ୍ଜିଳିକାଟୁ, ୨୧ା୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସାରେ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ଦିଲ୍ଲିପ ବେହେରା (୩୭), ନବଜୀବନ ବେହେରା (୨୩), ଗାଙ୍ଗପୁର ଥାନା ପଳାସପଲ୍ଲୀ ଗ୍ରାମର ଆଲୋକ କୁମାର ସ୍ବାଇଁ (୨୦) ଓ ଧରାକୋଟ ଥାନା ଶରଧାପୁର ଗ୍ରାମର ବିକାଶ ପ୍ରଧାନ (୨୩)।
ଗିରଫ ଯୁବକ ମାନଙ୍କ ଠାରୁ ୩ଟି ଠେଙ୍ଗା, ଗୋଟିଏ ମୋବାଇଲ ଫୋନ ଓ ଗୋଟିଏ ବାଇକ୍ (ଓଡି୦୭ଏନ ୭୨୪୦) ଜବତ କରାଯାଇଛି। ଗିରଫ ଯୁବକଙ୍କୁ ଶନିବାର ଶେରଗଡ଼ କୋର୍ଟ ଚାଲାଣ କରାଯାଇଛି। ଗୁରୁବାର ସାରେ ପିତଳ ଗ୍ରାମ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ପିତଳ ସରପଞ୍ଚ ଓ ଭାଜପା ନେତା ପ୍ରଧାନଙ୍କ ଉପରେ ୮ରୁ ଊଦ୍ଧର୍ବ ଲୋକ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେମାନେ ଗୁରୁତର ଆହତ ହୋଇଥିଲେ। ସରପଞ୍ଚଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।