ପିଲାଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଲେନି କର୍ତ୍ତୃପକ୍ଷ

କୋଟଗଡ,୧୧ା୧୧ (ସରୋଜ ବଳିୟାରସିଂ )- କନ୍ଧମାଳ ଜିଲା କୋଟଗଡ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତେବେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇନାହାନ୍ତି। ଖୋଲାରେ ଏବଂ ରାତିରେ ସର୍ଗିଫୁଲ କାର୍ଯ୍ୟକ୍ରମ କରାଯାଇଥିବା ଅଞ୍ଚଳର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତ ଦିନରେ ବିଦ୍ୟାଳୟର ବିଭିନ୍ନ ଅନିୟମିତତା ସମ୍ପର୍କରେ ଖବର ପ୍ରକାଶ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ସିଂ ସର୍ଗିଫୁଲ କାର୍ଯ୍ୟକ୍ରମକୁ ଖବରଦାତାମାନଙ୍କୁ ନିମନ୍ତ୍ରଣ କରିନାହାନ୍ତି। ଏମ୍‌ପି ପ୍ରତିନିଧି, ନିକଟସ୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିଂ ଖବରଦାତାମାନଙ୍କୁ ଭୁଲିଯାଇଛନ୍ତି।

Dharitri – Odisha’s No.1 Odia Daily

Share