‘ଜାତୀୟ ଏକତାର ପ୍ରତୀକ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ନିଖିଳ ଉତ୍କଳ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ଜିଲୁଣ୍ଡି ଅଞ୍ଚଳ ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଗଞ୍ଜାମ ଜିଲା ଭଞ୍ଜନଗରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ବାଉଁଶଲୁଣ୍ଡି କୁଳଘର ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ଫଟୋରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହାପରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥିରେ କୁଳର ୫୦୦ରୁ ଊର୍ଦ୍ଧ୍ୱ ସଭ୍ୟ ଭାଗ ନେଇଥିଲେ। ଏହାପରେ କୁଳଘର ଠାରେ ଏକ ସଭା ହୋଇଥିଲା। ଭାରତ ରତ୍ନ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜାତୀୟ ଏକତାର ସୁଦୃଢ଼ୀକରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କୁର୍ମୀ କ୍ଷତ୍ରିୟ ଜାତିର ଗର୍ବ, ଗୌରବ ଓ ସ୍ବାଭିମାନର ପ୍ରତୀକ ମଧ୍ୟ ସେ ଥିଲେ। ରାଷ୍ଟ୍ରୀୟ ଏକତାର ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି କରିବା ନିମନ୍ତେ ଆଜିର ଏହି ଶୋଭାଯାତ୍ରା ଓ ସଭା ହୋଇଥିଲା।

ଏଥିରେ ପ୍ରଦେଶ ସଂସ୍ଥାର ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ବିଶ୍ୱନାଥ ରାଉତ, ଅଞ୍ଚଳ ସଭାପତି ସରୋଜ କୁମାର ରାଉଳ, ସମ୍ପାଦକ ବୈଦ୍ୟନାଥ ପ୍ରଧାନ, ସଂଯୋଜକ ନେତାଜୀ ବିଷୋୟୀ, ଭଞ୍ଜ କିଶୋର ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ବାରୁଡ଼ା ସମ୍ପାଦକ ଗୁପ୍ତେଶ୍ୱର ପ୍ରଧାନ, ଛାମୁଣ୍ଡା ପ୍ରଦେଶ ସଭ୍ୟ ବିପ୍ର ଚରଣ ନାୟକ, ସହ ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ, ହାଡୁବନ୍ଧୁ ପ୍ରଧାନ ସିଂ, ନଚିକେତା ପ୍ରଧାନ, ସୁବଳ ପ୍ରଧାନ, ସୁବାସ ପ୍ରଧାନ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ। ୩୫ଟି ଅଞ୍ଚଳର କର୍ମକର୍ତ୍ତା ଏଥିରେ ଭାଗ ନେଇଥିଲେ।

କୋଷାଧ୍ୟକ୍ଷ ଗୋପାଳ ପ୍ରଧାନ, ସଂଗଠନ ସମ୍ପାଦକ ବାଳକୃଷ୍ଠ ରାଉତ, ଉପସଭାପତି ଅନିଲ କୁମାର ରାଉତ, ପଞ୍ଚାନନ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ଟୁନା ପ୍ରଧାନ, ଶଙ୍କର ପ୍ରଧାନ, ନାରାୟଣ ପ୍ରଧାନ, ପଦ୍ମନାଭ ପ୍ରଧାନ,ଦେବ ପ୍ରଧାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସେହିଭଳି ଭଞ୍ଜନଗର ଥାନା ପକ୍ଷରୁ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି।

Dharitri – Odisha’s No.1 Trusted Odia Daily