Categories: Home Leftଖେଳ

ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ସରସ୍ବତୀ: ଦୂତୀ

ଭୁବନେଶ୍ୱର, ୧୧ା୭ (ସ୍ପୋଟର୍‌ସ ବ୍ୟୁରୋ/ରସୁଲପୁର, ଡି.ଏନ୍‌.ଏ): ଭାରତର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବଡ଼ ଭଉଣୀ ସରସ୍ବତୀ ଯିଏକି ଜଣେ ରାଜ୍ୟସ୍ତରୀୟ ଆଥଲେଟ୍‌ ସେ ଜଣେ ସମଲିଙ୍ଗୀ ବୋଲି ଦୂତୀ ଶନିବାର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ନିଜେ ଜଣେ ସମଲିଙ୍ଗୀ ହୋଇଥିବାରୁ ସରସ୍ବତୀ ତାହାର ଦୃଢ ବିରୋଧ କରି ଆସୁଥିଲେ। ମାତ୍ର ସେ (ସରସ୍ବତୀ) ନିଜେ ଆସାମର ଜଣେ ଝିଅ ସହିତ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି। ଝିଅଟି ୨ବର୍ଷ ହେଲା ଆମ ଘରେ ରହିଆସୁଛି। ମାତାପିତା ଏବଂ ପରିବାର ସଦସ୍ୟମାନେ ସମସ୍ତ ବିଷୟ ଜାଣିଥିଲେ ମଧ୍ୟ ଏହାକୁ ବିରୋଧ କରିବା ଲାଗି ସାହସ କରୁ ନାହାନ୍ତି। ଦୂତୀ କହିଛନ୍ତି, ତାଙ୍କ ଭଉଣୀ ଝିଅଟିକୁ ଦେଖା କରିବା ଲାଗି କଲିକତା ଯାଇଥାନ୍ତି।
ସରସ୍ବତୀଙ୍କ ଖଣ୍ଡନ-
ଦୂତୀ ଆଣିଥିବା ଅଭିଯୋଗକୁ ବଡ଼ ଭଉଣୀ ସରସ୍ବତୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଦୂତୀ ଏବେ କଳା ଚଷମା ପିନ୍ଧିଛନ୍ତି। ସେ ଯାହା ଦେଖୁଛନ୍ତି ତାହା ଠିକ୍‌ ନୁହେଁ। ଆସାମର ଏହି ଝିଅଟି ମୋ ପାଖରେ ରହି ଟ୍ରେନିଂ ନେଉଛି। ତା ସହିତ ମୋର ଅନ୍ୟ କୌଣସି ସମ୍ପର୍କ ନାହିଁ। ମାତାପିତା ଭଲରୂପେ ଏବିଷୟ ଜାଣନ୍ତି। ବର୍ତ୍ତମାନ ପରିସ୍ଥିତିରେ ମୁଁ ଅଧିକ କିଛି କହିବାକୁ ଚାହେଁନା। ଦୂତୀ ଅର୍ଜୁନ ପୁରସ୍କାର ପାଇବା ପରେ ସମସ୍ତ ବିଷୟ ମୁଁ ସ୍ପଷ୍ଟ କରିବି।