ଶରଦ ପାୱାର କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୪।୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିବି ଅଧ୍ୟକ୍ଷ ଶରଦ ପାୱାର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।