ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏଏପିକୁ ଝଟକା

ଚଣ୍ଡିଗଡ଼,୯।୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ଭାଜପାର ମେୟର ପ୍ରାର୍ଥୀ ସରବଜିତ୍‌ କୌର ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ତୀ ଅଞ୍ଜୁ କଟ୍ୟାଲଙ୍କଠାରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉଭୟ ପ୍ରାର୍ଥୀ ୧୪ଟି ଲେଖାଏ ଭୋଟ ପାଇଥିବାବେଳେ ଏଏପି ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ଗୋଟିଏ ଭୋଟ ନାକଚ ହୋଇଯିବାରୁ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ଜାଲିଆତି ଅଭିଯୋଗ କରି ଏଏପି କାଉନ୍‌ସିଲରମାନେ ଡେପୁଟି କମିଶନର ବିନୟ ପ୍ରତାପଙ୍କ ନିକଟରେ ପ୍ରତିବାଦ ଜଣାଇଥିଲେ। ବରିଷ୍ଠ ଡେପୁଟି ମେୟର ଏବଂ ଡେପୁଟି ମେୟର ପଦ ଲାଗି ନିର୍ବାଚନ ପ୍ରକ୍ରିୟା ବନ୍ଦ ରଖିବାକୁ ସେମାନେ ଦାବି କରିଥିଲେ। କଂଗ୍ରେସ ପ୍ରାର୍ଥୀ ଦେଇ ନ ଥିବାରୁ ମେୟର ନିର୍ବାଚନଠାରୁ ଦୂରେଇ ରହିଥିଲା।

Share