ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପରିସରରେ ମଙ୍ଗଳବାର ବଡପାଟଣା, ଟାଙ୍ଗରପଡ଼ା ଏବଂ ସରାସ କୋଲା ପଞ୍ଚାୟତକୁ ୫ଶହ ଲେଖାଏଁ ଚାରା ଗଛ ପ୍ରେରଣ କରାଯାଇଛି।
ଏକ ପେଡ ମା’ କି ନାମପର କାର୍ଯ୍ୟକ୍ରମରେ ଆସନ୍ତା ୧୭ରେ ପ୍ରତି ପଞ୍ଚାୟତ ଅଞ୍ଚଳରେ ଚାରା ରୋପଣ କରାଯିବ। ରେଞ୍ଜ କାର୍ଯ୍ୟାଳୟରୁ ବାରିଥିବା ଚାରା ବଣ୍ଟନ ଗାଡ଼ିକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ବଡ ପାଟଣା ସରପଞ୍ଚ ବିନତୀ ବାନରା, ପାଟଣା ତହସିଲ ଦାର ଅଶିନୀ କୁମାର ନାଏକ, ବିଡିଓ ମାନସ ଦଣ୍ଡପାଟ, ରେଞ୍ଜର ବନ ବିହାରି ସର୍ଦ୍ଦାର, ପାଟଣା ବନପାଳ ନିରଞ୍ଜନ ସେଠୀ, ପାଟଣା ଗାର୍ଡ ହୃଦାନନ୍ଦ ମହାନ୍ତି, ଦେବଯାନୀ ମହାନ୍ତ, ରାଜେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।