ଜିଲା ପାଇଁ ଗୌରବ ଆଣିଲେ ସନମସ୍ମିତା: ଓଆଇଏସ୍‌ରେ ପ୍ରଥମ ସ୍ଥାନ ହାସଲ କରି…

ଦେବଗଡ଼,୧୭।୮(ଶେଖର ଝାଙ୍କର): ଓଡ଼ିଶା ସୂଚନା ସେବାରେ ଦେଗଡ଼ ଜିଲାର ଝିଅ ସନମସ୍ମିତା ରାଜ୍ୟରେ ପ୍ରଥମସ୍ଥାନ ହାସଲ କରି ଜିଲାର ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦେଗଡ଼ ଠାରେ ଅନୁଷ୍ଠିତ ୭୯ ତମ ଜିଲା ସ୍ତରୀୟ ସାଧିନତା ଦିବସ ଅବସରରେ ସନମସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲାପାଳ କବିନ୍ଦ୍ର କୁମାର ସାହୁ ଓ ଏସ ପି ଅନିଲ କୁମାର ମିଶ୍ର ସନମସ୍ମିତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନରୁ ୨୦୨୩-୨୪ରେ ପିଜିଡିଏମ୍ସିରେ ଉତିନ୍ନ ହେବା ପରେ ସେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ । ହେଲେ ଗତ କିଛି ମାସ ହେଲା ସେ ଓଡ଼ିଶା ସୂଚନା ସେବା ପାଇଁ ଅଭ୍ୟାସ କରୁଥିଲେ। ନିକଟରେ ସେ ସୂଚନା ସେବା ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।