ସାନଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ଚନ୍ଦ୍ରଧ୍ୱଜ-ସଭାପତି, କିଶୋର-ସମ୍ପାଦକ ମନୋନୀତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ୱଜ ସିଂହଙ୍କୁ ସଂଘର ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ମନୋଜ କୁମାର ମହାପାତ୍ରଙ୍କୁ ଉପସଭାପତି, କିଶୋର ଚନ୍ଦ୍ର ଗୌଡ଼ଙ୍କୁ ସମ୍ପାଦକ ଏବଂ ପ୍ରଶାନ୍ତ କୁମାର ବରାଡ଼ଙ୍କୁ ସହ-ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତକ୍ରମେ ମନୋନୀତ କରାଯାଇଥିବା ଜଣାପଡ଼ିଛି। ସମସ୍ତ ଆଇନଜୀବୀଙ୍କ ଉପସ୍ଥିତିରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ ଆଇନଜୀବୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।