ବ୍ୟାଙ୍କକ୍‌ରେ ଚମକିଲେ ଓଡ଼ିଆ ଝିଅ ସଂଯୁକ୍ତା

ବେଗୁନିଆପଡ଼ା,୧୦।୪(ଡି.ଏନ.ଏ): ଓଡ଼ିଶୀ ନୃତ୍ୟରେ ସଫଳତା ଅର୍ଜନ କଲେ କେ ବରିଡା ଗ୍ରାମର ସଂଯୁକ୍ତା ରାଉତରାୟ। ଭାରତ ସଂସ୍କୃତି ମହୋତ୍ସବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡା ଆଶିଷ ବେହେରାଙ୍କ ସ୍ତ୍ରୀ ହେଉଛନ୍ତି ସଂଯୁକ୍ତା। ଯିଏକି ଏହି ସଫଳତା ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ବ୍ୟାଙ୍କକ୍‌ର ମହୀଦୁଲ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ସେ ଗତ ୬ ତାରିଖରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଂଯୁକ୍ତା ବର୍ତ୍ତମାନ ବିଦ୍ୟାସାଗର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ କଲେଜରେ ଶିକ୍ଷାଦାନ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ମାନପତ୍ର ସହ ପଦକ ମିଳିଥିବା ଜଣାଯାଇଛି।

Share