ନୂଆଦିଲ୍ଲୀ,୮।୩: ଭାରତୀୟ ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ଟି୨୦ ବିଶ୍ୱକପ୍ ୨୦୨୬ ଫାଇନାଲରେ ଏକ ଚମତ୍କାର ଛକା ମାରି ନିଜ ଇନିଂସ ଆରମ୍ଭ କରିଛନ୍ତି। ଏହା ସହିତ ତାଙ୍କ ନାମରେ ଏକ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲରେ ମ୍ୟାଟ ହେନେରୀଙ୍କ ବଲରେ ଛକା ମାରି ସଞ୍ଜୁ ଟି୨୦ ବିଶ୍ୱକପ ଇତିହାସରେ ‘ପ୍ରଥମ ଓଭରରେ ସର୍ବାଧିକ ଥର ଛକା ମାରିଥିବା’ ଖେଳାଳି ହୋଇଛନ୍ତି।
ସଞ୍ଜୁ ସାମସନ ଟି୨୦ ବିଶ୍ୱକପ୍ର ଚାରୋଟି ଭିନ୍ନ ଭିନ୍ନ ମ୍ୟାଚ୍ରେ ପ୍ରଥମ ଓଭରରେ ଛକା ମାରି ଏହି ରେକର୍ଡ ନିଜ ନାମରେ କରିଛନ୍ତି। ସେ ଇଂଲଣ୍ଡର ଓପନର୍ ଫିଲ ସଲ୍ଟଙ୍କ ରେକର୍ଡ ଭାଙ୍ଗିଛନ୍ତି। ଯେଉଁଠି ସଲ୍ଟଙ୍କୁ ଏହି ସଫଳତା ପାଇଁ ୪୦ଟି ବଲ ଲାଗିଥିଲା, ସଞ୍ଜୁ ମାତ୍ର ୨୧ଟି ବଲ୍ରେ ଏହି କାରନାମା କରି ଦେଖାଇଛନ୍ତି।
ପ୍ରଥମ ଓଭରରେ ସର୍ବାଧିକ ଥର ଛକ୍କା ମାରିଥିବା ବ୍ୟାଟର:
ସଞ୍ଜୁ ସାମସନ:୪ ଥର
ଫିଲ ସଲ୍ଟ:୩ ଥର
ରହମାନୁଲ୍ଲା ଗୁରବାଜ:୩ ଥର
ମହମ୍ମଦ ରିଜୱାନ:୩ ଥର
କ୍ୱିଣ୍ଟନ ଡି କକ୍:୩ ଥର
ଟି୨୦ ବିଶ୍ୱକପ ଇତିହାସରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ୫ ଜଣ ବ୍ୟାଟର ପ୍ରଥମ ଓଭରରେ ଛକା ମାରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
| ବ୍ୟାଟରଙ୍କ ନାମ | ମସିହା | କାହା ବିପକ୍ଷରେ |
| ୟୁସୁଫ ପଠାନ | ୨୦୦୭ | ପାକିସ୍ତାନ (ମହମ୍ମଦ ଆସିଫ) |
| ମୁରଲୀ ବିଜୟ | ୨୦୧୦ | ଆଫଗାନିସ୍ତାନ (ଦୌଲତ ଅହମ୍ମଦଜଇ) |
| ରୋହିତ ଶର୍ମା | ୨୦୨୪ | ପାକିସ୍ତାନ (ଶାହିନ ଆଫ୍ରିଦି) |
| ଈଶାନ କିଷାନ | ୨୦୨୬ | ଆମେରିକା (USA) |
| ସଞ୍ଜୁ ସାମସନ | ୨୦୨୬ | ୪ଟି ଭିନ୍ନ ଦଳ ବିପକ୍ଷରେ |
ଫାଇନାଲ ମ୍ୟାଚ୍ରେ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଟିମ ଇଣ୍ଡିଆକୁ ଏକ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ମାତ୍ର ୪ ଓଭରରେ ଦଳୀୟ ସ୍କୋରକୁ ୫୦ ପାର କରାଇଛନ୍ତି। ଟି୨୦ ବିଶ୍ୱକପ ଫାଇନାଲ ଇତିହାସରେ ଏହା ଭାରତର ଦ୍ରୁତତମ ଓପନିଂ ଅର୍ଦ୍ଧଶତକୀୟ ଭାଗିଦାରୀ।