Categories: Home Leftଖେଳ

ଖୁଲାସା କଲେ ରାଜସ୍ଥାନ ରୟାଲ୍ସ ମାଲିକ, ଏହି କାରଣରୁ ଦଳ ଛାଡିବାକୁ ଚାହିଁଥିଲେ ସଞ୍ଜୁ ସାମସନ

ମୁମ୍ବାଇ,୧୬ା୧୧: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ)କୁ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରିବା ପଛର କାରଣ ଖୁଲାସା କରିଛନ୍ତି ରାଜସ୍ଥାନ ରୟାଲ୍ସ (ଆରଆର)ର ମାଲିକ ମନୋଜ ବାଦଲେ। ସେ କହିଛନ୍ତି, ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ ଆଇପିଏଲ ୨୦୨୫ର ମଧ୍ୟ ଭାଗରେ ପ୍ରଥମ ଥର ପାଇଁ ଫ୍ରାଞ୍ଚାଇଜ୍ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ରାଜସ୍ଥାନ ରୟାଲ୍ସର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓରେ ମନୋଜ ବାଦଲେ ଏହି ବଡ଼ ତଥ୍ୟ ଦେଇଛନ୍ତି। ବାଦଲେ କହିଛନ୍ତି ଯେ, କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷରେ ପରାଜୟ ପରେ କୋଲକାତାରେ ସଞ୍ଜୁ ପ୍ରଥମ ଥର ପାଇଁ ଅଲଗା ହେବା କଥା କହିଥିଲେ। ସେ ବ୍ୟକ୍ତିଗତ ତଥା ଭାବନାଗତ ସ୍ତରରେ ଅତ୍ୟନ୍ତ ଦୁର୍ବଳ ଥିଲେ।

ରାଜସ୍ଥାନ ପାଇଁ ତାହା ୧୮ ବର୍ଷ ମଧ୍ୟରେ ସବୁଠୁ ଖରାପ ସିଜିନ୍ ଥିଲା, ଯେଉଁଥିପାଇଁ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ଶେଷ ସ୍ଥାନରେ ରହିଥିଲା। ବାଦଲେଙ୍କ ଅନୁଯାୟୀ, ଦଳକୁ ନେଇ ସଞ୍ଜୁଙ୍କ ଚିନ୍ତା ବହୁତ ଥିଲା ଏବଂ ଆଇପିଏଲ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ପାଇଁ ସେ ନିଜକୁ ରିଫ୍ରେଶ୍ କରିବା ଆବଶ୍ୟକ କରୁଥିଲେ।

ଆଇପିଏଲ ୨୦୨୬ ସିଜିନ୍ ପାଇଁ ସଞ୍ଜୁ ସାମସନଙ୍କୁ ଚେନ୍ନାଇ ସୁପର କିଙ୍ଗସ୍‌କୁ ଟ୍ରେଡ୍ କରାଯାଇଛି। ଏହାର ବଦଳରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ସାମ୍ କୁରାନ ରାଜସ୍ଥାନ ରୟାଲ୍ସକୁ ଆସିଛନ୍ତି।

୧୧ଟି ସିଜିନରେ ରାଜସ୍ଥାନ ପାଇଁ ସଞ୍ଜୁ ୪,୦୨୭ ରନ୍ ସ୍କୋର କରିଛନ୍ତି ଏବଂ ୨୦୨୨ରେ ୧୪ ବର୍ଷ ପରେ ଦଳକୁ ଫାଇନାଲ୍‌କୁ ନେଇ ଯାଇଥିଲେ। ୨୦୨୫ ସିଜିନରେ ବ୍ୟାଟିଂରେ ସଂଘର୍ଷ କରୁଥିବା ସିଏସକେ ପାଇଁ ସଞ୍ଜୁଙ୍କ ଆଗମନ ଏକ ବଡ଼ ସହାୟକ ହେବ।

Share