Categories: Home Leftଖେଳ

ଶେନ ଓ୍ବର୍ଣ୍ଣଙ୍କୁ ଅତିକ୍ରମ କଲେ ସଞ୍ଜୁ ସାମ୍‌ସନ

ଜୟପୁର, ୬ା୪: ସଞ୍ଜୁ ସାମ୍‌ସନ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଫ୍ରାଞ୍ଚାଇଜ୍‌ର ସବୁଠୁ ସଫଳ ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶନିବାର ଖେଳାଯାଇଥିବା ମ୍ୟାଚକୁ ରାଜସ୍ଥାନ ୫୦ ରନରେ ଜିତି ନେଇଥିଲା। ଏହି ବିଜୟ ସାମ୍‌ସନଙ୍କ ନେତୃତ୍ୱରେ ରାଜସ୍ଥାନ ଲାଗି ୩୨ତମ ବିଜୟ ରହିଛି।

ଏଥିସହିତ ସଞ୍ଜୁ ସାମ୍‌ସନ କିମ୍ବଦନ୍ତୀ ଶେନ ଓ୍ବର୍ଣ୍ଣଙ୍କୁ ଅତିକ୍ରମ କରିଛନ୍ତି। ଓ୍ବର୍ଣ୍ଣଙ୍କ ନେତୃତ୍ୱରେ ରାଜସ୍ଥାନ ୨୦୦୮ ସଂସ୍କରଣରେ ଚାମ୍ପିୟନ ହେବା ସହ ୩୧ଟି ମ୍ୟାଚ ଜିତିଥିଲା। ସେ ୫୫ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ। ରାଜସ୍ଥାନର ସଫଳ ଅଧିନାୟକଙ୍କ ତାଲିକାରେ ୩୪ ମ୍ୟାଚରେ ୧୮ ବିଜୟ ସହ ରାହୁଲ ଡ୍ରାଭିଡ ତୃତୀୟ ସ୍ଥାନରେ ରହିଛନ୍ତି।

Share
Tags: sports