ନିଜ ନାଁ ବଦଳାଇ ଦେଲେ ସଞ୍ଜୁ ସାମସନ୍‌, ନେଲେ ଚମକାଇବା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୧୧: ନିଜର ନାଁ ବଦଳାଇ ଦେଇଛନ୍ତି ଭାରତୀୟ କ୍ରିକେଟର ସଞ୍ଜୁ ସାମସନ। ଗତ କିଛି ଦିନ ଧରି ଜବରଦସ୍ତ ଫର୍ମରେ ଥିବା ଏହି କ୍ରିକେଟର ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ୫ ଟି୨୦ ମ୍ୟାଚ୍‌ରେ ୩ ଶତକ ମାରିଛନ୍ତି। ଏହାକୁ ନେଇ ପ୍ରଶଂସକ ଖୁସିବ୍ୟକ୍ତ କରୁଥିବା ବେଳେ ତାଙ୍କ ପରିବର୍ତ୍ତିତ ନାଁ ଚର୍ଚ୍ଚାକୁ ଆସିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏହାର ଫଟୋ ଶେୟାର କରାଯାଇଛି। ସୋସିଆଲ ମିଡିଆରେ ତାହା ଭାଇରାଲ ହେଉଛି।

ସଞ୍ଜୁ ସାମସନ ସର୍ଭିସେସ୍‌ ବିପକ୍ଷ ମୁକାବିଲାରେ ଭିନ୍ନ ନାମର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ପୂର୍ବରୁ ତାଙ୍କ ଜର୍ସିରେ ‘ସଞ୍ଜୁ’ ଲେଖା ରହୁଥିଲା। ହେଲେ ଏବେ ସେ ନାଁ ବଦଳାଇ ‘ସ୍ୟାମି’ କରିଦେଇଛନ୍ତି। ଏହା ଦେଖିବା ପରେ ଟୁର୍ନାମେଣ୍ଟ ପାଇଁ ସେ ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି। ନଚେତ ସେ ଆଇପିଏଲ୍‌ରେ ମଧ୍ୟ ଏହି ନାମରେ ଖେଳୁଥିବା ଦେଖାଯାଇପାରେ ବୋଲି କୁହାଯାଉଛି।

Share
Tags: Sports News