Categories: Home Leftଖେଳ

ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ ଏସିଆ ବ୍ୟୁରୋ ସଦସ୍ୟ ଭାବେ ସଞ୍ଜୟ ସିଂ ନିର୍ବାଚିତ

ଅମ୍ମାନ(ଜର୍ଡାନ),୨୪ା୩: ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ କୁମାର ସିଂ ସୋମବାର ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)-ଏସିଆର ବ୍ୟୁରୋ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ଘୋଷଣା କରାଯାଇଛି। ଅମ୍ମାନଠାରେ ୟୁଡବ୍ଲ୍ୟୁଡବ୍ଲ୍ୟୁ-ଏସିଆର ସାଧାରଣ ବୈଠକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଞ୍ଜୟଙ୍କୁ ମୋଟ ୩୮ରୁ ୨୨ ଖଣ୍ଡ ଭୋଟ ମିଳିଥିଲା। ସେ ଏହି ସମ୍ମାନଜନକ ପଦବୀକୁ ନିର୍ବାଚିତ ହେବା ଭାରତୀୟ କୁସ୍ତି ଲାଗି ଏକ ଉଲ୍ଲେଖନୀୟ ଉପଲବ୍ଧି। ଏହା ଅନ୍ତର୍ଜାତୀୟ କୁସ୍ତିସ୍ତରରେ ଭାରତର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ କୁହାଯାଇଛି।