Categories: ଜାତୀୟ

ଠାକ୍‌ରେ ଭ୍ରାତା ଏକାଠି ହେବା ଚର୍ଚ୍ଚାକୁ ସଞ୍ଜୟ ରାଉତଙ୍କ ଖଣ୍ଡନ

ମୁମ୍ବାଇ,୨୦।୪: ପରସ୍ପରଠାରୁ ଦୂରେଇ ଯାଇଥିବା ଉଦ୍ଧବ ଠାକ୍‌ରେ ଏବଂ ରାଜ୍‌ ଠାକ୍‌ରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ଏହାକୁ ଖଣ୍ଡନ କରିଛନ୍ତି। ୨ ଭାଇଙ୍କ ମଧ୍ୟରେ କେବଳ ଏକ ଭାବନାତ୍ମକ କଥାବାର୍ତ୍ତା ହୋଇଛି, ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ସଞ୍ଜୟ ଗଣମାଧ୍ୟମକୁ ସ୍ପଷ୍ଟ କରିଦେଇଛନ୍ତି। ତେବେ ଦୁଇ ନେତା ରାଜନୈତିକ ଦୃଷ୍ଟିରୁ ପରସ୍ପର ସହ ହାତ ମିଳାଇବା ସମ୍ଭାବନାକୁ ସେ ସମ୍ପୂର୍ଣ୍ଣ ଏଡ଼ାଇଯାଇ ନାହାନ୍ତି। ଭବିଷ୍ୟତ ମେଣ୍ଟ ଆଲୋଚନା ଦାୟିତ୍ୱ ସେ ଦୁଇ ଭାଇଙ୍କ ଉପରେ ଛାଡ଼ିଛନ୍ତି। ସୂଚନାଯୋଗ୍ୟ, ହିନ୍ଦୀ ବାଧ୍ୟତାମୂଳକ ଭାଷାକୁ ନେଇ ମହାରାଷ୍ଟ୍ରରେ ବିବାଦ ଦେଖାଦେଇଥିବାବେଳେ ରାଜ୍ୟର ସ୍ବାର୍ଥ ପାଇଁ ବ୍ୟକ୍ତିଗତ ବିବାଦକୁ ଭୁଲିଯିବା ଆବଶ୍ୟକ ବୋଲି ଉଦ୍ଧବ ଓ ରାଜ୍‌ ଶନିବାର କହିଥିଲେ।

Share
Tags: Sanjay Rout