Categories: Home Leftଖେଳ

ଟେନିସରୁ ଅବସର ପରେ ଅଭିନୟ ପ୍ରତି ମନ ବଳାଇଲେଣି ସାନିଆ

ମୁମ୍ବାଇ: ଟେନିସ ତାରକା ସାନିଆ ର୍ମିଜା ନିକଟରେ ଅବସର ନେବା ପରେ ଏବେ ଅଭିନୟ କରିବାକୁ ମନ ବଳାଇଲେଣି। କୁହାଯାଉଛି ସାନିଆଙ୍କୁ ଖୁବ୍‌ଶୀଘ୍ର ଜଣାଶୁଣା ନିର୍ମାତା ଏକତା କପୁରଙ୍କ ଏକ ଶୋ’ରେ ନଜର ଆସିବେ।

ଏକତା ତାଙ୍କ ସିରିଏଲ ‘ବେକାବୁ’କୁ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ଏହି ଶୋ ମାଧ୍ୟମରେ ଶାଲିନ ଭାନୋଟ ମଧ୍ୟ ଦୀର୍ଘ ସମୟ ପରେ ଛୋଟ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିସହ ଇଶା ସିଂଙ୍କୁ ମଧ୍ୟ ଏହି ଶୋ’ରେ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ସାନିଆ ମଧ୍ୟ ଶୀଘ୍ର ଶୋ’ର ଏକ ଅଂଶ ହେବାକୁ ଯାଉଛନ୍ତି ଏବଂ ଖୁବ୍‌ଶୀଘ୍ର ସୋ ପାଇଁ ଶୁଟିଂ ଆରମ୍ଭ କରିବେ।