Categories: Home Leftଖେଳ

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ ମିର୍ଜା ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସେ ଟେନିସ୍‌ରୁ ଖୁବ୍‌ଶୀଘ୍ର ଅବସର ନେବେ ବୋଲି ସାନିଆ ନିଜେ ଏହି ସୂଚନା ଦେଇଛନ୍ତି। ଦୁବାଇ ଟେନିସ ଚାମ୍ପିୟନସିପରେ ସାନିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରେ ଆୟୋଜିତ ହେବ।