ପୁରୁଷୋତ୍ତମପୁର,୧୭।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ତହସିଲଦାର ସଙ୍ଗିତା ସେଠୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ସହରର ପରିମଳ ସେବା ସହ ସହରବାସୀଙ୍କ ନିତାନ୍ତ ଆବଶ୍ୟକୀୟ ମୌଳିକ ସମସ୍ୟାର ସମାଧାନ ଲାଗି ଗୁରୁତ୍ୱ ଦେବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିଥିବା କହିବା ସହ ଏନ୍ଏସିର ବିକାଶ ଲାଗି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା,କାଉନ୍ସିଲର ଭାସ୍କର ବେହେରା ଓ ଚିଣ୍ଟୁ ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ତେବେ ଏଠାରେ ଥିବା ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନାଙ୍କ ରାଇରଙ୍ଗପୁର ମ୍ୟୁନିସିପାଲି ଟିକୁ ନିର୍ବାହୀ ଅଧିକାରୀ ଭାବରେ ବଦଳି ହୋଇଛି।