ଖଜଣା ପୌଠ ନ କରି ବାଲି ଉଠାଣ: ଅତର୍କିତ ଚଢାଉ କରି ଘାଟକୁ ସିଲ କଲା ଖଣିବିଭାଗ

ପୁରୁଷୋତ୍ତମପୁର,୧ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ରୁଷିକୁଲ୍ଯା ନଦୀର ବାଲିଘାଟ ମାନଙ୍କ ଉପରେ ରବିବାର ପୋଲିସ ଓ ଖଣି ବିଭାଗ ପକ୍ଷରୁ ମିଳିତ ଭାବରେ ଅତର୍କିତ ଚଢାଉ କରାଯାଇଛି।

ଏହି ସମୟରେ କନକା ବାଲିଘାଟର ଲିଜଧାରୀ କୃପାସିନ୍ଧୁ ମୁଦୁଲି ବାର୍ଷିକ ଅଗ୍ରିମ ଖଜଣା ପୈଠ ନ କରି ବେଆଇନ ଭାବରେ ବାଲି ଉଠାଉଥିବାରୁ ପୋଲିସ ଉପସ୍ତିତିରେ ଖଣିବିଭାଗ ବାଲିଘାଟକୁ ସିଲ କରିଛନ୍ତି।

ଏହି ଚଢାଉରବେଳେ ପୁରୁଷୋତ୍ତମପୁର ଏସଡିପିଓ ଡଃ ଦୀପକକୁମାର ମିଶ୍ର,ଆଇଆଇସି ରାଜେଶକୁମାର ନାୟକ ଓ ବ୍ରହ୍ମପୁର ଖଣି ବିଭାଗୀୟ କନିଷ୍ଟ ଅଧିକାରୀ ସନ୍ତୋଷକୁମାର ବେହେରାଙ୍କ ସମମେତ ଖଣିବିଭାଗିୟ କର୍ମଚାରୀ ଏବଂ ପୋଲିସ ଫୋର୍ସ ସାମିଲ ରହିଥିଲେ।

Share