ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯାଇଛି।

ଭାଜପା ସମର୍ଥିତ ପ୍ରାର୍ଥୀ ଶ୍ୟାମ ସୁନ୍ଦର ନାୟକ ବିଜେଡି ସମର୍ଥିତ ପ୍ରାର୍ଥୀ ବିନୋଦିନୀ ନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଶ୍ୟାମସୁନ୍ଦର ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ୮୩୪ ଖଣ୍ଡ ଭୋଟ୍‌ ଅଧିକ ପାଇଥିଲେ।

ନିର୍ବାଚନ ପ୍ରକ୍ରିୟାରେ ବେଲଗୁଣ୍ଠା ବିଡ଼ିଓ ବିଜୟ କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ୱ ତୁଲାଇଥିବା ବେଳେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିଥିଲେ। ଶ୍ୟମ ସୁନ୍ଦରଙ୍କ ବିଜୟ ପରେ ଭାଜପା ନେତା ଓ କର୍ମୀ ବାଣ ଫୁଟାଇ ଏବଂ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି।