ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି। ନାଗା ଚୈତନ୍ୟଙ୍କ ସହ ଛୁଡପତ୍ର ପରେ ତାଙ୍କୁ ପୁଣି ଏକ ନୂଆ ସାଥି ମିଳିଯାଇଛି। ସେ ଏବେ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କୁ ଡେଟ କରୁଛନ୍ତି। ଯଦିଓ ସେ ଏହା ଘୋଷଣା କରିନାହାନ୍ତି, କିନ୍ତୁ ଉଭୟଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳୁଛି।
ନିକଟରେ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋରେ ସାମନ୍ଥା ଏକ ସୁନ୍ଦର କଳା ଲେସ ଗାଉନ ପିନ୍ଧିଛନ୍ତି ଏବଂ ରାଜ ତାଙ୍କ ସହିତ ଏକ କଳା ସୁଟ ପିନ୍ଧିଥିବାର ଦେଖାଯାଇଛି। ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖାଯାଇଛି।
ଏହି ଫଟୋ ସାମନ୍ଥାଙ୍କ ପରଫ୍ୟୁମ ଲଞ୍ଚ ଇଭେଣ୍ଟର। ଇଭେଣ୍ଟର ଫଟୋ ସେୟାର କରିବା ସମୟରେ, ସେ ଗତ କିଛି ବର୍ଷ ଧରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଏବଂ ଛୋଟ ଛୋଟ ସଫଳତା ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ତମନ୍ନା ମଧ୍ୟ ଦେଖାଯାଇଥିଲେ।
ସାମନ୍ଥା ଏବଂ ରାଜ ‘ଦି ଫ୍ୟାମିଲି ମ୍ୟାନ ୨’ ଏବଂ ‘ସିଟାଡେଲ: ହନି ବନି’ରେ ଏକାଠି କାମ କରିଛନ୍ତି। ଉଭୟ ଗତ କିଛି ବର୍ଷ ଧରି ଡେଟିଂ କରୁଥିବାର ଖବର ଆସୁଛି। କୁହାଯାଏ ଯେ, ରାଜ ତାଙ୍କ ସହ ଅସୁବିଧା ସମୟରେ ଠିଆ ହୋଇଥିଲେ।