କୁରାନ୍‌ଙ୍କ ଉପରେ ଟଙ୍କା ବର୍ଷା: ପାଲଟିଲେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଇଂଲଣ୍ଡର ସାମ କୁରାନ୍‌। ଶୁକ୍ରବାର ଅନୁଷ୍ଠିତ ନିଲାମିରେ ପଞ୍ଜାବ କିଙ୍ଗ୍ସ ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି।

ଆହତ ସମସ୍ୟା ଯୋଗୁ କୁରାନ୍‌ ଗତ ସିଜନରେ ଖେଳିପାରି ନ ଥିଲେ। ହେଲେ ଏହି ସିଜନ୍‌ରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି। ତେବେ ନିଲାମି ସମୟରେ କୁରାନଙ୍କୁ କିଣିବା ଲାଗି ପଞ୍ଜାବ କିଙ୍ଗ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ହୋଇଥିଲା। ଶେଷରେ ପଞ୍ଜାବ ତାଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି।

ଆଇପିଏଲ୍‌ରେ ୩୨ ମ୍ୟାଚ୍‌ ଖେଳିଥିବା କୁରାନ ହାରାହାରି ୨୨.୪୭ ଅନୁପାତରେ ୨୩ ଇନିଂସରେ ୩୩୭ ରନ୍‌ କରିଛନ୍ତି। ଏହାଛଡ଼ା ବୋଲିଂରେ ସେ ୩୨ ଉଇକେଟ ନେଇଛନ୍ତି। ଲିଗ୍‌ର ପ୍ରଥମ ସିଜନ୍‌ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳି କୁରାନ୍‌ ହାଟ୍ରିକ୍‌ ନେଇଥିଲେ।