ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା। ସେ ବର୍ତ୍ତମାନ ଡାକ୍ତରଙ୍କ କଡ଼ା ନିରୀକ୍ଷଣରେ ଅଛନ୍ତି। ସମଗ୍ର ପରିବାର ସଲିମଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ। ପୁଅ ସଲମାନ ଖାନ ମଧ୍ୟ ତାଙ୍କ ପାଖେ ପାଖେ ଅଛନ୍ତି। ଅଭିନେତା ସଞ୍ଜୟ ଦତ୍ତ ଏବଂ ଜାଭେଦ ଅଖତର ମଧ୍ୟ ସଲିମଙ୍କୁ ଭେଟିଛନ୍ତି। ସଲିମଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଅପଡେଟ୍‌ ଆସିଛି।

ଡା. ଜଲିଲ ପାରକରଙ୍କ ତତ୍ତ୍ୱାବଧାନରେ ସଲିମଙ୍କ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ସଲିମ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ତାଙ୍କର ମସ୍ତିଷ୍କ ରକ୍ତସ୍ରାବ ସାମାନ୍ୟ ହୋଇଛି। ଫଳରେ ଅସ୍ତ୍ରୋପଚାର ଆବଶ୍ୟକ ନାହିଁ। ଯଦି ଆସନ୍ତାକାଲି ସୁଦ୍ଧା ପରିସ୍ଥିତିରେ ଉନ୍ନତି ଆସେ, ତେବେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯିବ।

 

Dharitri – Odisha’s No.1 Odia Daily

 

Share