ସଲମାନଙ୍କ ବିରୋଧରେ ସମନ, ଏପ୍ରିଲ ୫ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୩।୩: ପୁଣି ଥରେ ବିବାଦ ମଧ୍ୟକୁ ଆସିଛନ୍ତି ଦବଙ୍ଗ ଖାନ୍‌ । ବର୍ତ୍ତମାନ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସଲମାନଙ୍କୁ ପୁଣି ଥରେ କୋର୍ଟରେ ହାଜର ହେବାକୁ ପଡିପାରେ। ଚାରି ବର୍ଷ ପୂର୍ବରୁ ସଲମାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ। ପ୍ରଥମେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ପରେ ଧମକ ଦିଆଯାଇଥିଲା। ସମାନ ପ୍ରସଙ୍ଗରେ ମୁମ୍ବାଇର ଆନ୍ଧେରି ମାଜିଷ୍ଟ୍ରେଟ କୋର୍ଟ ବର୍ତ୍ତମାନ ସଲମାନ ଖାନଙ୍କ ବିରୋଧରେ ସମନ ପଠାଇଛନ୍ତି। ଡାକରା ଅନୁଯାୟୀ ସଲମାନ ଖାନ ଏପ୍ରିଲ ୫ରେ କୋର୍ଟରେ ହାଜର ହେବେ।
ସୂଚନାନୁସାରେ,ସାମ୍ବାଦିକ ଅଶୋକ ପାଣ୍ଡେ ୨୦୧୯ ମସିହାରେ ସେ ତାଙ୍କ କ୍ୟାମେରାମ୍ୟାନଙ୍କ ସହ ଏକ କୌଣସି ସ୍ଥାନକୁ ଯାଉଥିଲେ। ସେହି ସମୟରେ ସଲମାନ ସାଇକେଲ ଚଳାଉଥିବାର ଦେଖିଥିଲେ। ଅଭିନେତାଙ୍କ ବଡିଗାର୍ଡଙ୍କଠାରୁ ଅନୁମତି ନେବା ପରେ ଅଶୋକ ତାଙ୍କ ଭିଡିଓ ରେକର୍ଡିଂ ଆରମ୍ଭ କରିଥିଲେ। ସଲମାନ ଏ ବିଷୟରେ ଜାଣିବା ମାତ୍ରେ ସେ ଏହାକୁ ବିରୋଧ କରିଥିଲେ। ଏହା ପରେ ସଲମାନ ଏବଂ ବଡିଗାର୍ଡ ମଧ୍ୟ ତାଙ୍କ ଉପରେ ହାତ ଉଠାଇଥିଲେ। ପରେ ତାଙ୍କୁ ଫୋନ କରି ଧମକ ଦେଇଥିଲେ।