ବଲିଉଡର ଭାଇଜାନ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରାୟତଃ କୌଣସି ନା କୌଣସି କାରଣରୁ ସମସ୍ୟାରେ ଫସି ରହନ୍ତି। ଏଥର ସଲମାନ ଏକ ଆଇନଗତ ସମସ୍ୟାରେ ଫସିଛନ୍ତି। କୋଟା କଞ୍ଜ୍ୟୁମର କୋର୍ଟ ତାଙ୍କୁ ଏକ ନୋଟିସ ପଠାଇଛି, ଏଥିରେ ତାଙ୍କୁ ନଭେମ୍ବର ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ କୁହାଯାଇଛି। ଏହି ମାମଲା ଏକ ପାନ ମସଲା ବିଜ୍ଞାପନ ସହିତ ଜଡିତ।
ବରିଷ୍ଠ ଭାଜପା ନେତା ତଥା ରାଜସ୍ଥାନ ହାଇକୋର୍ଟର ଓକିଲ ଇନ୍ଦର ମୋହନ ସିଂହ ହନି ଅଭିଯୋଗ ଦାଖଲ କରିଛନ୍ତି। ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି। ଏହା ଗ୍ରାହକମାନଙ୍କୁ ଭ୍ରମିତ କରୁଥିବା ସେ କହିଛନ୍ତି।
କୋଟା କଞ୍ଜ୍ୟୁମର କୋର୍ଟରେ କରିଥିବା ଅଭିଯୋଗରେ ହନି ଦାବି କରିଛନ୍ତି,ରାଜଶ୍ରୀ ପାନ ମସଲା କମ୍ପାନୀ ଏବଂ ଏହାର ବ୍ରାଣ୍ଡ ଆମ୍ବାସାଡର ସଲମାନ ଖାନ ଭୁଲ୍ ଭାବରେ ଉତ୍ପାଦକୁ ଗୁଜୁରାତି ଏବଂ କେସର ପାନ ମସଲା ଭାବରେ ବିଜ୍ଞାପନ କରୁଛନ୍ତି। ଏହି ଦାବିଗୁଡ଼ିକ ସତ୍ୟ ହୋଇପାରିବ ନାହିଁ। କାରଣ କେସର କିଲୋର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା। ୫ ଟଙ୍କା ମୂଲ୍ୟର ଉତ୍ପାଦରେ ଏହାକୁ ଦିଆଯାଇପାରିବ ନାହିଁ। ଏପରି ଦାବି ଯୁବକମାନଙ୍କୁ ପାନ ମସଲା ଖାଇବାକୁ ଉତ୍ସାହିତ କରେ, ଯାହା ମୁଖ କର୍କଟ ରୋଗର ଏକ ପ୍ରମୁଖ କାରଣ।
ଅଭିଯୋଗ ପରେ, କୋଟା କଞ୍ଜ୍ୟୁମର କୋର୍ଟ ସଲମାନଙ୍କୁ ଏକ ନୋଟିସ ଜାରି କରି ଆନୁଷ୍ଠାନିକ ଜବାବ ଲୋଡାଯାଇଛି। ନିର୍ମାତା କମ୍ପାନୀ ଏବଂ ଅଭିନେତା ଉଭୟଙ୍କ ପ୍ରତିକ୍ରିୟା ଅପେକ୍ଷାରେ ଅଛି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ ହେବ।
ଆଜିକାଲି ସଲମାନ ରିଆଲିଟି ଶୋ’ ବିଗ ବସ ୧୯କୁ ହୋଷ୍ଟ କରୁଛନ୍ତି। ଫିଲ୍ମ କ୍ଷେତ୍ରରେ, ସେ ଫିଲ୍ମ ‘ବ୍ୟାଟଲ ଅଫ ଗାଲୱାନ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ସେଟ୍ରୁ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି।