ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ‘ସୈୟାରା’ ଫିଲ୍ମ ନବାଗତ ଅହାନ ପାଣ୍ଡେ ଏବଂ ଅଭିନେତ୍ରୀ ଅନୀତ ପଡ୍ଡା ଲଭ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ରିଲିଜ୍ର ପ୍ରଥମ ୩ ଦିନରେ ‘ସୈୟାରା’ ଫିଲ୍ମ ୧୦୦ କୋଟି କ୍ଲବ୍ରେ ପହଞ୍ଚିଛି। ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ରବିବାର ମଧ୍ୟରାତ୍ରି ସୁଦ୍ଧା ଏହି ଫିଲ୍ମ କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ୮୩ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ବିଶ୍ୱବ୍ୟାପୀ ଏହା ୧୧୫ କୋଟିର ବ୍ୟବସାୟ କରିଛି। ଏହି ଫିଲ୍ମ କେବଳ ରବିବାର ଭାରତୀୟ ସିନେମାହଲ୍ଗୁଡ଼ିକରୁ ୩୭ କୋଟିର ବ୍ୟବସାୟ କରିଛି।