ଟ୍ରେଣ୍ଡି ଲୁକ୍‌ ଦେବ ସେଲର୍‌ ପ୍ୟାଣ୍ଟ

ସେଲର୍‌ ପ୍ୟାଣ୍ଟ ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଛି। ଫର୍ମାଲ, କାଜୁଆଲ ସବୁ ଆଉଟ୍‌ଫିଟ୍‌ ପାଇଁ ଏହା ଏବେ ପାଲଟିଛି ପର୍‌ଫେକ୍ଟ ଚଏସ୍‌…
କ୍ରପ ସେଲର୍‌ ପ୍ୟାଣ୍ଟ: ଅଧିକାଂଶ ଯୁବପିଢିଙ୍କୁ ଡେନିମ୍‌ ଜିନ୍ସ ବହୁତ ପସନ୍ଦ। ତେଣୁ ବର୍ତ୍ତମାନ ଡେନିମ୍‌ରେ କ୍ରପ୍‌ ସେଲର ପ୍ୟାଣ୍ଟ ବେଶ୍‌ ଡିମାଣ୍ଡରେ ରହୁଛି। ଏହାକୁ କ୍ରପ୍‌ଟପ୍‌, ଟି-ଶାର୍ଟ, ଡିଜାଇନର୍‌ ସ୍ରଗ୍‌ ଏବଂ ଜ୍ୟାକେଟ୍‌ ସହ ପିନ୍ଧିଲେ ଆଇକ୍ୟାଚି ଲୁକ୍‌ ପାଇପାରିବେ।
ଫ୍ଲୋରାଲ୍‌ ଓ ଆନିମଲ୍‌ ପ୍ରିଣ୍ଟ ସେଲର୍‌ ପ୍ୟାଣ୍ଟ: ଆଉଟିଂରେ ଯାଉଥିଲେ ଫ୍ଲୋରାଲ୍‌ କିମ୍ବା ଆନିମଲ୍‌ ସେଲର୍‌ ପାଣ୍ଟ ସହିତ ଲାଇଟ୍‌ କଲର ଟପ୍ସ ବେଶ୍‌ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଏହା ସହିତ ବେଲ୍ଟର କମ୍ବିନେଶନ୍‌ ବି ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ। ତେବେ ବର୍ତ୍ତମାନ ବିଭିନ୍ନ ପ୍ରକାରର ସାଲାର୍‌ ପ୍ୟାଣ୍ଟର କୋ-ଅର୍ଡ ସେଟ୍‌ ବି ଲାଟେଷ୍ଟ ଟ୍ରେଣ୍ଡରେ ରହିଛି।
ପ୍ଲେନ ସେଲର୍‌ ପ୍ୟାଣ୍ଟ:
ଏହି ପ୍ୟାଣ୍ଟ ଶାର୍ଟିନ୍‌, କ୍ରେପ୍‌, ଭେଲ୍‌ଭେଟ୍‌ ଆଦି ଫ୍ୟାବ୍ରିକରେ ଉପଲବ୍ଧ। ହ୍ବାଇଟ୍‌, ଲାଇଟ୍‌ପିଙ୍କ୍‌, ପିସ୍ତାଗ୍ରିନ୍‌ ଭଳି ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ ସହ ଡିପ୍‌ କଲରର ଟପ୍ସର ଡିମାଣ୍ଡ ବଢୁଥିବାର ଦେଖିବାକୁ ମିଳୁଛି। ଫର୍ମାଲ୍‌ ଲୁକ୍‌ ପାଇଁ ଶାର୍ଟ କିମ୍ବା ଫୁଲ୍‌ ସ୍ଲିଭ୍‌ ଟପ୍‌ ସହ ସେଲର୍‌ ପ୍ୟାଣ୍ଟ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।
ଚେକ୍‌ ପ୍ରିଣ୍ଟ ସେଲର୍‌ ପ୍ୟାଣ୍ଟ:
ଚେକ୍‌ ପ୍ରିଣ୍ଟ୍‌ର ସେଲର୍‌ ପ୍ୟାଣ୍ଟ ସବୁବେଳେ ଟ୍ରେଣ୍ଡରେ ରହିଥାଏ। ଏହା ବେଶ୍‌ କାଜୁଆଲ ଲୁକ୍‌ ଦେଇଥାଏ। ହାଇ ଓ୍ବେଷ୍ଟ ଚେକ୍‌ ସେଲର୍‌ ପ୍ୟାଣ୍ଟ ସହ ହାଇ ନେକ୍‌ କ୍ରପ୍‌ ଟପ୍‌ ପିନ୍ଧି କୁଲ୍‌ ଲୁକ ପାଇପାରିବେ।