ଡିସଚାର୍ଜ ହେବା ପରେ ଠିକଣା ବଦଳାଇବେ ସୈଫ୍‌, ଏବେ ରହିବେ ଏଇଠି…

ମୁମ୍ବାଇ,୨୧।୧: ଆକ୍ରମଣ ପରେ ସୈଫ୍‌ ଅଲ୍ଲୀ ଖାନ ଏବେ ସୁସ୍ଥ ହେଉଛନ୍ତି। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଖବର ଅଛି ଯେ ସୈଫ୍‌ଙ୍କୁ ଡିସଚାର୍ଜ ପରେ ନୂଆ ଘର ଫର୍ଚୁନ ହାଇଟ୍ସ ଆପାର୍ଟମେଣ୍ଟକଯିବେ। ସୈଫ୍‌ଙ୍କ ଅଫିସ ଫର୍ଚୁନ ହାଇଟ୍ସରେ ଅଛି ଏବଂ ପୂର୍ବରୁ ସୈଫ୍‌ ଏଠାରେ ରହୁଥିଲେ। ସୈଫ୍‌ ସତଗୁରୁ ଶରଣ ବିଲଡିଂରେ ରହୁଥିଲେ। ଏହି କୋଠାର ଉପର ୩ ମହଲା ସୈଫଙ୍କର। ସୈଫ୍‌ ପ୍ରାୟ ୮-୧୦ ବର୍ଷ ପୂର୍ବେ ଏହି ଆପାର୍ଟମେଣ୍ଟଗୁଡ଼ିକ କିଣିଥିଲେ।

କିନ୍ତୁ ଗୁରୁବାର ଏହି ଆପାର୍ଟମେଣ୍ଟରେ ସୈଫ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ସୈଫ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୈଫ୍‌ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଫର୍ଚୁନ ହାଇଟ୍ସ ଯିବେ। ଏହା ମଧ୍ୟ କୁହାଯାଉଛି ଯେ ସୈଫ୍‌ ଥରେ ସତଗୁରୁ ଶରଣ ଆପାଟମେଣ୍ଟକୁ ଦେଖିବାକୁ ଯିବେ। ଏହି ସମୟରେ ସୈଫ୍‌ଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି।