ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍ ସାଫ୍ ମହିଳା ଫୁଟ୍ବଲ ଚାମ୍ପିୟନଶିପ୍ରେ ଏହାର ଅଭିଯାନ ଆରମ୍ଭ କରିଛି।
ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିବା ପରେ ଖେଳର ୪୯ତମ ମିନିଟ୍ରେ ପର୍ଲ ଫର୍ନାଣ୍ଡିଜ ଏକମାତ୍ର ଗୋଲ୍ଟିକୁ ସ୍କୋର କରିଥିଲେ। ଏହା ଯଦିଓ ଏକ ୧୯ବର୍ଷରୁ କମ୍ ଟୁର୍ନାମେଣ୍ଟ ଚଳିତବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ୧୭ବର୍ଷରୁ କମ୍ ଏଏଫ୍ସି ଏସିଆନ କପ୍ ଲାଗି ପ୍ରସ୍ତୁତିର ଏକ ଅଂଶ ବିଶେଷ ସ୍ବରୂପ ଭାରତର ୧୭ ବର୍ଷରୁ କମ୍ ଦଳ ଏଥିରେ ଅଂଶଗ୍ରହଣ କରିଛି।
ପାମେଲା କୋଣ୍ଟି ଚଳିତ ମାସ ପ୍ରାରମ୍ଭରେ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ଅଧୀନରେ ଭାରତର ୧୭ ବର୍ଷରୁ କମ୍ ଦଳର ଏହା ହେଉଛି ପ୍ରଥମ ମ୍ୟାଚ। ତାଙ୍କ ନିର୍ଦ୍ଦେଶକ୍ରମେ ରେଡିମା ଦେବୀ ଚିଙ୍ଗ୍ଖାମାୟୁମ୍ ଓ ଆଲ୍ଭା ଦେବୀ ସେନ୍ଜାମ ଜୁନିୟର ଭାରତୀୟ ଦଳରେ ସେମାନଙ୍କ ପଦାର୍ପଣ ମ୍ୟାଚ ଖେଳିଛନ୍ତି।