ସରପଞ୍ଚଙ୍କୁ ଛାଡ଼ିଲା ସଦର ପୋଲିସ: ଏସ୍‌ପି ଅଫିସ ଅଭିମୁଖେ …

ବଲାଙ୍ଗୀର,୧୨।୧(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା କୁଶମେଲ ପଞ୍ଚାୟତ ସରପଞ୍ଚଙ୍କୁ ଛାଡିଲା ସଦର ପୋଲିସ। ଏବେ ଏସ୍‌ପି ଅଫିସ ଘେରାଉ ଅଭିମୁଖେ ବାହାରିଲେ ପଞ୍ଚାୟତବାସୀ।
ଗତ କିଛିଦିନ ତଳେ ବଲାଙ୍ଗୀର ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଏ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ଛାଡ଼ିଦେଇଥିବା ପଞ୍ଚାୟତ ଲୋକେ ଅଭିଯୋଗ କରୁଛନ୍ତି । ଏହାର ପ୍ରତିବାଦରେ ସୋମବାର ଏସ୍‌ପି ଅଫିସ ଘେରାଉ କରିବାର କାର୍ଯ୍ୟକ୍ରମଥିଲା। ଏହାର ଯଥେଷ୍ଟ ପୂର୍ବରୂ  ସକାଳୁସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ ସଦର ଥାନା ପୋଲିସ ଉଠାଇ ଆଣିଥିଲା। ଏହାର  ପ୍ରତିବାଦରେ କୁଶମେଲ ପଞ୍ଚାୟତର ଶହ ଶହ ମହିଳା ଓ ପୁରୁଷ ସଦର ଥାନା ଘେରାଉ କରିବା ସହ ୫୭ନଂ ରାଜ୍ୟ ରାଜପଥ ବଲାଙ୍ଗୀର ପାଟଣାଗଡ ରାସ୍ତା ସଦର ଥାନା ସମ୍ମୁଖରେ ରାସ୍ତା ଉପରେ ଧାରଣାରେ ବସିଥିଲେ।  ତୁରନ୍ତ ସରପଞ୍ଚକୁ ଥାନାରୁ ଛାଡ଼ିବାକୁ ଦାବି କରିଛନ୍ତି । ଅନ୍ୟପଟେ ସମାଧାନ ପାଇଁ ସଦର ଥାନା ଅଧିକାରୀ ରାଜ କୁମାର ବିଶାଳଙ୍କ ସହିତ ଏକ ପ୍ରତନିଧି ଦଳ ଆଲୋଚନା ହୋଇଥିଲା ।
Dharitri – Odisha’s No.1 Odia Daily

Share
Tags: Bolangir